କେନ୍ଦ୍ରକୁ ରାହୁଲ ଗାନ୍ଧିଙ୍କ ପ୍ରଶ୍ନ, ଲକଡାଉନ୍ ଏଗଜିଟ୍ ପ୍ଲାନ୍ କଣ ?

ନୂଆଦିଲ୍ଲୀ: କରୋନା ମୁକାବିଲା ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ । ଲକଡାଉନ ହଟାଇବା ନେଇ ସରକାରଙ୍କ ଏଗଜିଟ୍ ପ୍ଲାନ୍ କଣ ସେନେଇ ପ୍ରଶ୍ନ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି ଯେ, ଲକଡାଉନ୍ ଉଠିବା ପରେ  କେନ୍ଦ୍ରର ‘ଏକଜିଟ୍‌’ ପ୍ଲାନ୍‌ ଉପରେ ସ୍ୱଚ୍ଛତା ରହିବାର ଆବଶ୍ୟକତା ରହିଛି । ଲକଡାଉନ୍‌ ମାନସିକ ସ୍ତରରେ ବଡ଼ ପରିବର୍ତ୍ତନ ଆଣିଛି । ଏହା ଏକ ସୁଇଚ୍‌ ନୁହେଁ ଯାହା ଅନ୍‌ ଏବଂ ଅଫ୍‌ ହୋଇପାରିବ । ତେଣୁ ଲକଡାଉନ୍‌ ଖୋଲିବା ପରେ କଣ ଖୋଲାରହିବ, କେଉଁ କେଉଁ ପରିସୀମା ରେ କାର୍ଯ୍ୟ କରିବାକୁ ହେବ ସେ ସବୁକିଛି ବିସ୍ତୃତଭାବେ ଲୋକଙ୍କୁ ସରକାର ଜଣାଇବାର ଆବଶ୍ୟକତା ରହିଛି ।

କରୋନାରୁ ତ୍ରାହି ଦେଇ ପାରନ୍ତି ଏହି ୬ ଭ୍ୟାକ୍ସିନ୍ ..

ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଉପଯୁକ୍ତ ସମନ୍ୱୟ ରକ୍ଷା ହିଁ କରୋନା ମୁକାବିଲାର ବଡ଼ ଦିଗ ବୋଲି ରାହୁଲ କହିଛନ୍ତି । ତେବେ ଦେଶରେ କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ବହୁ କାର୍ଯ୍ୟକୁ ସେ ପ୍ରଶ୍ନ କରିଛନ୍ତି ।  ସରକାର ଶ୍ରମିକଙ୍କ ସମସ୍ୟା ବୁଝିବା ଦରକାର, ଛୋଟ ଛୋଟ ବ୍ୟବସାୟକୁ ଖୋଲିବାକୁ ଅନୁମତି ଦେବାର ଆବଶ୍ୟକତା ଥିବା ସେ କହିଛନ୍ତି । ଦରକାର ପଡ଼ିଲେ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଉଚିତ୍‌ ବୋଲି ରାହୁଲ କହିଛନ୍ତି । ଏଭଳି ନକଲେ ଆଗକୁ ଶ୍ରମିକଙ୍କ ଅବସ୍ଥା ସାଙ୍ଘାତିକ ହେବା ସହ ଦେଶର ଲୋକଙ୍କ ଜୀବନ ଜୀବିକା ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିବ।

Leave a Reply