ଅସ୍ଥି ସଂରକ୍ଷଣ ପାଇଁ ସ୍ୱର୍ଗଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା; ସହଜ ହେବ ଶବଦାହ…

ପୁରୀ: ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ ଚାଲିଛି । ସରକାର ଏହାକୁ ବ୍ୟବସ୍ଥିତ କରିବା ଦିଗରେ କାମ କରୁଛନ୍ତି । ଏହି କ୍ରମରେ ଆଗାମୀ ସମୟରେ ସ୍ୱର୍ଗଦ୍ୱାରରେ ଅସ୍ଥି ସଂରକ୍ଷଣ ପାଇଁ ଲକର୍ ବ୍ୟବସ୍ଥା ଲାଗୁ କରାଯିବ । ପ୍ରତି ଦିନ ଅନେକ ଲୋକେ ରାଜ୍ୟର ବିଭିନ୍ନ ଭାଗରୁ ନିଜ ପ୍ରିୟଜନଙ୍କ ଶବଦାହ ପାଇଁ ସ୍ୱର୍ଗଦ୍ୱାର ଆସନ୍ତି ।
ସେମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଣିକି ଦାହ ସଂସ୍କାର ପାଇଁ କାଠ ଯୋଗାଣରେ ମଧ୍ୟ ସମସ୍ୟା ହେବ। ପାନୀୟ ଜଳ ସାଙ୍ଗକୁ ଅସ୍ଥି ରଖିବାକୁ ଲକର ଓ ଆନୁସଂଗିକ ବ୍ୟବସ୍ଥା ରହିବ ।ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଏକ ଏକର ପରିମିତ ଅଂଚଳରେ ରହିଛି ପୁରୀ ସ୍ୱର୍ଗଦ୍ୱାର । ତେବେ ଅମୃତ ମଣୋହି ଷ୍ଟାଟସ ଅନୁସାରେ ଏହା ବାଲିସାହି ମୌଜା ଖାତା ନମ୍ବର ୩୩ ଓ ପ୍ଲଟ ନମ୍ବର ୮୫୩ର ପ୍ରାୟ ୧୬ଏକର ୪୦୦ ଡିସିମିଲ ଜାଗା ରହିଥିଲା ।
୧୯୯୦ ମସିହା ବନ୍ଦୋବସ୍ତ ଅନୁସାରେ ଏହି ଜମି ପ୍ରାଇଭେଟ ଲୋକଙ୍କ ଖାତାକୁ ଚାଲିଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ୮ ଏକର ୦୮୩ ଡେସିମିଲ ଜମି ମହାପ୍ରଭୁଙ୍କ ଖାତାକୁ ଅଣାଯାଇଥିଲା । ଜବରଦଖଲ ଜମିକୁ ନେଇ ଏପର୍ଯ୍ୟନ୍ତ ଏଡିଏମଙ୍କ ନିକଟରେ ପ୍ରାୟ ୧୫ଟି ମାମଲା ରହିଛି ।