ଟିଏମସିରୁ ନିର୍ବାଚନ ଲଢ଼ିବେ ଶତୃଘ୍ନ ସିହ୍ନା ଓ ବାବୁଲ ସୁପ୍ରିଓ

1 min read

କୋଲକାତା: ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହେବେ ଶତ୍ରୁଘ୍ନ ସିହ୍ନା । ପଶ୍ଚିମବଙ୍ଗ ଆସନସୋଲ ଲୋକସଭା ଆସନ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅଭିନେତା ଅଭିନେତା ଶତୃଘନ ସିହ୍ନା । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ବାଲିଗଞ୍ଜ ବିଧାନସଭା ଉପନିର୍ବାଚନରେ ଟିଏମସି ପ୍ରାର୍ଥୀ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିଓ । ପୂର୍ବରୁ ଆସନସୋଲର ସାଂସଦ ଥିଲେ ସୁପ୍ରିଓ । ମାତ୍ର ଉଭୟ ମନ୍ତ୍ରୀ ଓ ସାଂସଦ ପଦରୁ ସେ ଇସ୍ତଫା ଦେବା ପରେ ସେଠାରେ ଉପନିର୍ବାଚନ ହେଉଛି ।

ସୂଚନା ଅନୁସାରେ, କଂଗ୍ରେସ ପାର୍ଟି ଛାଡ଼ି ଶତୃଘ୍ନ ସିହ୍ନା ଗତବର୍ଷ ’ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିବାବେଳେ ’ବିଜେପି’ ସରକାରରେ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ଗତବର୍ଷ ଆକ୍ଟୋବର ମାସରେ ବାବୁଲ ସୁପ୍ରିୟୋ ଆସାନସୋଲ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।