spot_img

Latest Posts

ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ପଞ୍ଜାବରେ ଏକାକୀ ଲଢିବ ଆମ ଆଦମୀ ପାର୍ଟି

ଚଣ୍ଡୀଗଡ଼: ପଞ୍ଜାବରେ ଏକାକୀ ଲଢିବ ଆମ ଆଦମୀ ପାର୍ଟି। ଆଗାମୀ ସାଧାରଣ ନିର୍ବାଚନରେ ଆମ ଆଦମୀ ପାର୍ଟି ପଞ୍ଜାବର ସମସ୍ତ ଲୋକସଭା ଆସନରେ ଏକାକୀ ନିର୍ବାଚନ ଲଢିବ ନେଇ ଘୋଷାଣା କରିଛି। ପଞ୍ଜାବରେ ଅନ୍ୟ କୌଣସି ଦଳ ସହ ନିର୍ବାଚନୀ ମେଣ୍ଟ କରିବ ନାହିଁ ଆପ୍। ପଞ୍ଜାବରେ ସମସ୍ତ ୧୩ ଆସନରେ ଲଢିବ ଆମ ଆଦମୀ ପାର୍ଟି। କଂଗ୍ରେସ ସହ କୌଣସି ମେଣ୍ଟ କରିବ ନାହିଁ ବୋଲି କହିଛି ଆମ ଆଦମୀ ପାର୍ଟି।

ଚଣ୍ଡୀଗଡ ଲାଗି ଥିବା ଗୋଟିଏ ଲୋକସଭା ଆସନ ମଧ୍ୟ ଆମ ଆଦମୀ ପାର୍ଟି ଲଢିବ। ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଏହି ଘୋଷଣା ପରେ କଂଗ୍ରେସ ନେତୃତ୍ଵାଧିନ ଇଣ୍ଡିଆବ୍ଲକ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଇଣ୍ଡିଆ ବ୍ଲକରେ ଜଣେ ଜଣେ ହାତ ଛାଡିବା ପରେ ଭବିଷ୍ୟତରେ କ’ଣ ଘଟିବା ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢିବ ବୋଲି କହିଥିଲେ। ଜନତାଦଳ ୟୁନାଇଟେଡ ମୁଖ୍ୟ ନୀତୀଶ କୁମାର ମଧ୍ୟ ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ସାମିଲ ହୋଇଛନ୍ତି। ନୀତୀଶ ଓ ମମତା ଛାଡିବା ପରେ ଇଣ୍ଡିଆ ମେଣ୍ଟ ଲାଗି ଅଡୁଆ ବଢିବାରେ ଲାଗିଛି ।

Latest Posts

Don't Miss