ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ ସାବଧାନ ! ଆପଣଙ୍କ ଉପରେ ନଜର ରଖିଥାଇ ପାରନ୍ତି ଲୁଟେରା

ବଲାଙ୍ଗୀର: ଲୁଟେରାଙ୍କ ଟାର୍ଗେଟରେ କଣ୍ଟାବାଞ୍ଜି ସହର । ଆଖି ପିଛୁଳାକେ ନେଇଗଲେ ଲକ୍ଷାଧିକ ଟଙ୍କା । ପୋଲିସକୁ ଚକମା ଦେଇ ଲୁଟେରା କରୁଛନ୍ତି ରାଜ୍ । କରୋନା କଟକଣା କୋହଳ ପରେ ବଢିଯାଇଛି ଲୁଟପାଟ । ଗତ କିଛି ଦିନ ହେବ ସହରରେ ଲୁଟ୍ ସହ ଚୋରି ବି ବଢିଯାଇଛି । ଗତ ୨୧ ତାରିଖରେ ସହରରେ ହୋଇଥିଲା ୨ଟି ବଡ ଧରଣର ଲୁଟ୍ । ଲୁଟେରାମାନେ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ବେଲପଡା ଥାନା ମଧ୍ୟପୁର ଗାଁର ଜଣେ ବ୍ୟକ୍ତିଙ୍କଠାରୁ  ୭ ଲକ୍ଷ ଟଙ୍କା ଓ ଡୁମେରଚୁଆଁ ଗାଁରୁ ଜଣେ ବୃଦ୍ଧଙ୍କଠାରୁ ୩୮ ହଜାର ଝାମ୍ପି ଚମ୍ପଟ ମାରିଥିଲେ ।

ଲୁଟେରାମାନେ ସହରର ପରେ ବ୍ୟାଙ୍କକୁ ଟାର୍ଗେଟ କରିଦେଇଛନ୍ତି । ପୂର୍ବରୁ ଛକି ରହି ଲୁଟେରାମାନେ ବ୍ୟାଙ୍କକୁ ଆସୁଥିବା ବେଳେ ଏବେ ଲୋକଙ୍କୁ ଖୁଲମ ଖୁଲା ଶୀକରା କରୁଛନ୍ତି । କେବଳ ଟଙ୍କା ପଇସା ନୁହେଁ ବାଇକ ମଧ୍ୟ ଲୁଟ୍ କରି ଫେରାର୍ ମାରୁଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କିଛି ଦୁର୍ବୃତ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଗତ ୪ ମାସ ମଧ୍ୟରେ ବିଭିନ୍ନ ଲୋକଙ୍କଠାରୁ ମୋବାଇଲ, ଲକ୍ଷଲକ୍ଷ ଟଙ୍କାଇଲେକ୍ଟ୍ରି ସାମଗ୍ରୀ ସହ ଅନେକ ସାମଗ୍ରୀ ଚୋରୀ ନେଇ ଥାନାରେ ଏତଲା ହୋଇଛି ।

Leave a Reply