କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଦାମୀ ଜିନିଷ ଲୁଟିନେଲେ ଦୁର୍ବୁତ୍ତ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ପୂରଣପ୍ରଧାନ ପଞ୍ଚାୟତସ୍ଥିତ ମଞ୍ଜରୀ ଦେବି ନର୍ସିଂ କଲେଜ ହଷ୍ଟେଲରୁ ଚୋରି  । କଳାକନା ବୁଲାଇଲେ ଦୁର୍ବୁତ  । ହଷ୍ଟେଲ ଭିତରୁ ଛାତ୍ରୀଙ୍କ ମୂଲ୍ୟବାନ ଜିନିଷ ଳୁଟିନେଲେ  । ସୂଚନା ଅନୁସାରେ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ପ୍ରାୟ 50ଟି ରୁମରୁ ଛାତ୍ରୀ ମାନଙ୍କର ବିଭିନ୍ନ  ଦାମୀ ଜିନିଷ ଚୋରି କରିଛନ୍ତି  । ତେବେ ଏନେଇ କଲେଜ ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ।

ସେପଟେ  ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଲୁଟେରାଙ୍କର କୌଣସି ଟେର ପାଇନାହିଁ  । ସୂଚନା ଥାଉକି ଏହି କଲେଜରେ ନୀଳାଚଳ କୋଭିଡ କେୟାର ସେଣ୍ଟର ଚାଲିଥିଲା  । ଗତ 10ତାରିଖ ଦିନ ଏହି କେୟାର ସେଣ୍ଟର ବନ୍ଦ ହୋଇଥିବାରୁ ଗତକାଲି ଏହାକୁ ସାନିଟାଈଜ କରିବାକୁ ଆସିଥିବା କର୍ମଚାରୀ ମାନେ ତାଲା ଭଙ୍ଗାଯାଇଥିବା ନେଇ ପ୍ରଥମେ ଦେଖିବାକୁ ପାଇଥିଲେ  । ପରେ ଏନେଇ  କତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ  ।

Leave a Reply