କମ୍ବଳ ବିକିବାକୁ ଆସିଥିଲେ, କଳାକନା ବୁଲାଇ ଚାଲିଗଲେ..

1 min read

ଗାଁ ଗହଳିର ଗୋଟିଏ ଫେରିବାଲା ଆସିବା ମାତ୍ରେ ଗାଁରେ ଯେମିତି ହଲ୍ଲା ପଡ଼ିଯାଏ । ଝିଅ ବୋହୂ ରୁଣ୍ଡ ହୋଇ  ନିଜ ପସନ୍ଦର ଜିନିଷ ନେବା ପାଇଁ ଫେରିବାଲା ସହ ମୂଲଚାଲ କରନ୍ତି । ତେବେ ଆପଣମାନେ ବିଶ୍ୱାସ କରୁଛନ୍ତି କି ସେହି ଫେରିବାଲା ଆପଣଙ୍କ ସର୍ବସ୍ୱ ଲୁଟିନେବେ ବୋଲି। ଏମିତି କିଛି ସନ୍ଦେହ କରିଛି ପୋଲିସ ।

ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଅଟ୍ରି ଗାଁରେ । ଗୋଟିଏ ଘରୁ ନୁହେଁ ରାତାରାତି ୧୫ଜଣଙ୍କ ଘରେ ପଶି ସିରିଜ ଲୁଟ୍ କରିଛନ୍ତି ୪ ଜଣ ଲୁଟେରା  ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ  ଅଟ୍ରି ଗାଁରେ ପଶି ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟ ହୋଇଥିବାର ସୂଚନା ମିଳିଛି  । ତେବେ ଦୁର୍ବୃତ୍ତମାନେ ଅଭିନବ ଉପାୟରେ  କରିଛନ୍ତି  ଏହି ଲୁଟ । କାହା ଘରେ ତାଲା ଭାଙ୍ଗି  ଘରେ ପଶିଛନ୍ତି ତ ଆଉ କାହାର ପାଚେରୀ ଡେଇଁ କରିଛନ୍ତି ଏହି ଲୁଟ । ସକାଳ ହେବା ପରେ ଲୋକମାନେ ଜାଣି ସ୍ଥାନୀୟ ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏକ ସିସିଟିଭି ଫୁଟେଜକୁ ଆଧାର କରି ଜଣାପଡ଼ିଛି ରାତି ପ୍ରାୟ ୧.୩୦ରେ ତିନିରୁ ଚାରିଜଣ ଦୁବୃର୍ତ୍ତ ଗାଁରେ ପଶି ଲୁଟ୍ କରିଥିବା ଅନୁମାନ କରାଯାଉଛି। ଲୁଟେରାମାନେ କମ୍ବଳ ବେପାରୀ ଏବଂ ସେମାନେ ଦିନରେ କମ୍ବଳ ବିକି ରାତିରେ ଏମିତି କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛନ୍ତି । ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଗାଁଲୋକ ଦାବି କରିଛନ୍ତି । ')}

Leave a Reply