ପାକିସ୍ତାନରେ ମିଳିଲା ୧୩ଶହ ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର

1 min read

ସ୍ୱାତ: ପ୍ରାୟ ୧୩ଶହ ବର୍ଷ ପୂର୍ବେ ନିର୍ମିତ ଏକ ହିନ୍ଦୁ ମନ୍ଦିରର ଅବଶିଷ୍ଟାଂଶ ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶରେ ମିଳିଛି। ପଶ୍ଚିମ ପାକିସ୍ତାନର ସ୍ୱାତ ଜିଲ୍ଲାର ଏକ ପର୍ବତ ଉପରେ ଖନନ ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ଦିରର ଅବଶିଷ୍ଟାଂଶ ମିଳିଛି । ଗୁରୁବାର ଦିନ ଏହି ଖନନ ବିଷୟରେ ଘୋଷଣା କରି ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ କହିଛନ୍ତି ଯେ, ମିଳିଥିବା ମନ୍ଦିର ଭଗବାନ ବିଷ୍ଣୁଙ୍କର । ସେ କହିଛନ୍ତି ଯେ ଏହା ହିନ୍ଦୁରାଜ ସମୟର ବା ୧୩ଶହ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା।

ପାକିସ୍ତାନର ସ୍ୱାତ ଜିଲ୍ଲାରେ ଠାବ ହୋଇଛି ଭଗବାନ ବିଷ୍ଣୁଙ୍କ ମନ୍ଦିର । ପୁରାତନତତ୍ୱ ବିଭାଗ ଅନୁସାରେ ୧୩୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି  । ବାରିକୋଟ ଘୁଂଡାଇରେ ଖୋଳାଯାଉଥିବା ବେଳେ ସେଠାରେ ଏକ ପୁରୁଣା ମନ୍ଦିର ଥିବା ଜଣାପଡିଛି  । ୮୫୦ ଶତାବ୍ଦୀରେ ସେଠାରେ ଏକ ହିନ୍ଦୁ ରାଜବଂଶ ଶାସନ କରୁଥିବା ବେଳେ ସେହି ମନ୍ଦିର ସ୍ଥାପନା ହୋଇଥିବା ଜଣାପଡିଛି  ।

ପୂର୍ବରୁ ସେହି ଅଞ୍ଚଳରେ ଭାରତର ଶାସନ ଚାଲିଥିଲା ବୋଲି ଜଣାପଡ଼ିଛି । ବିଷ୍ଣୁ ମନ୍ଦିରରେ ପୂଜା ପାଉଥିବା ବହୁ ମୂର୍ତ୍ତି ଠାବ କରାଯାଇଛି  । ଏଥିସହ ବିରାଟ ପାଣିକୁଣ୍ଡ ମଧ୍ୟ ମିଳିଥିବା ସୂଚନା ମିଳିଛି  । ସରକାରୀ ସୂଚନା ଅନୁସାରେ  ସେଠାରେ ପ୍ରଥମେ ଗାନ୍ଧାର ସଭ୍ୟତାର ପ୍ରଥମ ମନ୍ଦିର ନିର୍ମାଣ କରାଯାଇଥିଲା  । ସ୍ୱାତ ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳି ରହିଛି  । ଏହି ଜିଲ୍ଲାରେ ସାଂସ୍କୃତିକ ଓ ଧାର୍ମିକ ପ୍ରର୍ଯ୍ୟଟନସ୍ଥଳୀ ଥିବା ଯୋଗୁଁ ସେଠାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକ ମାନେ ଯିବା ଆସିବା କରିଥାନ୍ତି  ।

Leave a Reply