ଆପଲ ଷ୍ଟୋର ଲୁଟିଲେ ପ୍ରତିବାଦକାରୀ, ରାତିସାରା ରାସ୍ତାରେ ହିଂସା, ପୋଡାଜଳା
1 min read
ନନ୍ଦିଘୋଷ ବ୍ୟୁରୋ: ଆମେରିକାରର ଲସ୍ ଆଞ୍ଜେଲସରେ ଅରାଜକତା । ରାତିସାରା ଚାଲିଲା ହିଂସା । ପ୍ରତିବାଦକାରୀମାନେ ଲୁଟିଲେ ଆପଲ ଶୋ’ରୁମ । ଅନେକ ସ୍ଥାନରେ ପୋଡ଼ାଜଳା ଏବଂ ହିଂସାତ୍ମକ ପ୍ରତିବାଦ କରୁଛନ୍ତି । ଏଥିପାଇଁ ଲସ୍ ଆଞ୍ଜେଲସର ଅନେକ ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି ।
ମେୟର କରେନ ବାସ୍ କହିଛନ୍ତି ଯେ, ରାତି ୮ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଜାରି ରହିବ । କିଛି ଦିନ ଯାଏ ଏହା ବଳବତ୍ତର ରହିପାରେ । ଗତ ସୋମବାର ରାତିରେ ମୁଖା ପିନ୍ଧା ଦୁର୍ବୃତ୍ତମାନେ ଆପଲ ଷ୍ଟୋରରୁ ଲୁଟ କରିଥିଲେ । ଲୁଟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଲଷ୍ଟୋରରେ ପଶି ଗ୍ୟାଜେଟ ଲୁଟୁଥିବା ଦେଖିବାକୁ ମିଳିଛି । ପୋଲିସ ପହଞ୍ଚିବା ମାତ୍ରେ ଲୋକେ ଷ୍ଟୋରରୁ ଦୌଡ଼ି ପଳାଇ ଯାଉଛନ୍ତି । ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନକାରମାନେ ଅନେକ କାର ପୋଡ଼ି ଦେଇଥିଲେ । ଏବେ ବି ପରିସ୍ଥିତି ସଙ୍କଟଜନକ ରହିଛି ।
Apple store in downtown LA being looted tonight pic.twitter.com/3k5i7wKiSG
— Brendan Gutenschwager (@BGOnTheScene) June 10, 2025