ଛତିଶଗଡ଼ର ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ତ୍ରିକୋଣୀୟ ପ୍ରେମରୁ ଗୁଳିମାଡ଼

ସୁନ୍ଦରଗଡ଼: ଛତିଶଗଡ଼ର ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ଗୁଳିମାଡ଼ ପଛରେ ତ୍ରିକୋଣୀୟ ପ୍ରେମ। ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣା ପଛରେ ବ୍ୟବସାୟିକ ଶତ୍ରୁତା ନୁହେଁ ବରଂ ତ୍ରିକୋଣୀୟ ପ୍ରେମ ବୋଲି ଜଣାପଡିଛି। ମାଷ୍ଟରମାଇଣ୍ଡ ଝାରସୁଗୁଡ଼ାର କୋଇଲା ବ୍ୟବସାୟୀ ସୁନୀଲ କେଡ଼ିଆ ବୋଲି ଜଣାପଡିଛି। ସୁନୀଲର ସହଯୋଗୀ ସୁନ୍ଦରଗଡ଼ର ଟ୍ରାନ୍ସପୋର୍ଟର ସନ୍ତୋଷ ସିଂ ଏବଂ ସୁପାରୀ କିଲର ସୁନ୍ଦରଗଡ଼ ଉଜ୍ୱଳପୁରର ଅମନ ଶର୍ମାକୁ ରାୟପୁରର ତେଲିଭାଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଅମନ ଶର୍ମାକୁ ପଚରାଉଚରା ବେଳେ ସେ ସନ୍ତୋଷ ସିଂ ଏବଂ ସୁନୀଲ କେଡିଆଙ୍କ ନିର୍ଦ୍ଦେଶରେ ସନ୍ଦୀପ ଜୈନଙ୍କ ଉପରକୁ ଗୁଳି ଚଳାଇଥି୍ବା ପ୍ରଥମେ କହିଥିଲା । ତେବେ  ଏହି ଘଟଣା ବ୍ୟବସାୟିକ ଶତ୍ରୁତା ନୁହେଁ ବରଂ ତ୍ରିକୋଣୀୟ ପ୍ରେମ ପାଇଁ ଘଟିଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ଗତ ୨୦ ତାରିଖରେ ଘଟିଥିଲା ଏ ଗୁଳିକାଣ୍ଡ ।ଦିଲ୍ଲୀର ଜଣେ ଯୁବତୀଙ୍କ ସହ ସୁନୀଲ କେଡିଆ୍ ଓ ସନ୍ଦୀପ ଜୈନଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ତନାଘନାରୁ ସାମନାକୁ ଆସିଛି ।