ମାଷ୍ଟରମାଇଣ୍ଡ ପ୍ରେମିକାକୁ ଗିରଫ କଲା ପୋଲିସ  , ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ: ନରାଜ ବ୍ରିଜ ନିକଟସ୍ଥ ଗୋଲେଇ ଛକରୁ ଉଲଗ୍ନ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର ଘଟଣା । ମାଷ୍ଟର ମାଇଣ୍ଡ ପ୍ରେମିକାକୁ ଗିରଫ କଲା ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ହାଟସାହି ଗାଁର କାଲାଚାନ୍ଦ ବେଉରିଆ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଗତ ୩ ତାରିଖ ରାତିରେ ଯୁବତୀ ଦେଖା କରିବାକୁ ନରାଜ ବ୍ରିଜ ନିକଟକୁ କାଲାଚାନ୍ଦଙ୍କୁ ଡାକିଥିଲେ । ପ୍ରେମିକା କାଲାଚାନ୍ଦଙ୍କୁ ନିଶା ଦେଇ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହିତ କାଠଯୋଡି ନଦୀ କୂଳରେ ଫିଙ୍ଗିଦେଇ ଚାଲିଆସିଥିଲା । ବିଳମ୍ବିତ ରାତିରେ ପ୍ରେମିକ କାଲାଚାନ୍ଦର ହୋସ ଆସିବା ପରେ ସେ ସମ୍ପୁର୍ଣ୍ଣ ଉଲଗ୍ନ ଓ ରକ୍ତ ଜୁଡୁବୁଡୁ ହୋଇ କାଠଯୋଡି ନଦୀ କୂଳରୁ ଆସି ନରାଜ ଗୋଲେଇ ଛକରେ ପହଁଚିଥିଲେ । ସିଡ଼ିଏ ଫେଜ ୨ ଥାନା ପୋଲିସ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଥିଲା । ସେଠାରେ କାଲାଚାନ୍ଦ ବେଉରିଆ ସୁସ୍ଥ ହେବା ପରେ ପ୍ରେମିକା ନାଁରେ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ ।…