ଭଲ ପାଇବା ବନ୍ଧ ବାଡ଼ କିଛି ମାନେ ନାହିଁ, ଓଟର ଏଭଳି ଆଚରଣ ଆପଣଙ୍କ ଆଖିରେ ଲୁହ ଆଣିଦେବ…

1 min read
Loyal camel walks 100 km through desert to return to previous owners after being sold

ପଶୁ ହେଉଛନ୍ତି ସ୍ନେହ ପ୍ରେମୀ । ପଶୁଙ୍କୁ ଯେତେ ସ୍ନେହ କରିବ ସେମାନେ ଆପଣଙ୍କୁ ସେତେ ଭଲ ପାଇବେ । ପଶୁଙ୍କୁ ଯଦି ସ୍ନେହର ସହ ପାଳିବ ତେବେ ସେମାନେ ଆପଣଙ୍କୁ କେବେ ପର କରିବେ ନାହିଁ । ଆପଣ ଯେତେ ଦୁଃଖ କଷ୍ଟରେ ଥିଲେ ମଧ୍ୟ ସେ ଆପଣଙ୍କ ସାଥିରେ ରହିବେ ।

Camel

ପଶୁମାନେ ନିଜ ମାଲିକଙ୍କୁ କେତେ ଭଲ ପାଆନ୍ତି ତାହାର ଏକ ଜ୍ୱଳନ୍ତା ଉଦାହରଣ ଦେଖିବାକୁ ମିଳିଛି ଚାଇନାର ମୋଙ୍ଗୋଲିଆ ସହରରେ । ଏହି କାହାଣୀଟି ହେଉଛି ଏକ ବୃଦ୍ଧ ‘ଓଟ’ର । ଓଟ କୁ ୯ ମାସ ପୂର୍ବେ ବିକ୍ରି କରାଯାଇଥିଲା । ଆଉ ଏବେ ସେହି ଓଟ ଟି ତାର ନୂଆ ମାଲିକ ପାଖରେ ନରହି ପୁଣି ଫେରି ଆସିଛି  ପୁରୁଣା ମାଲିକ ପାଖକୁ । ଯିଏ କି ତାକୁ ୯ ମାସ ପୂର୍ବେ ବିକ୍ରି କରିଥିଲା । ବିକ୍ରି କରିବା ପୂର୍ବରୁ ଓଟକୁ ସେ ଏତେ ସ୍ନେହ ଦେଇଥିଲା ଯେ, ଓଟର ନୂଆ ମାଲିକର ଭଲ ପାଇବା ଓ ସ୍ନେହ ତା’ ଆଗରେ ଫିକା ପଡ଼ିଯାଇଥିଲା । ତେଣୁ ୯ ମାସ ଧରି ନୂଆ ମାଲିକ ପାଖରେ ରହିବା ପରେ ବି ସେ ପୁରୁଣା ମାଲିକକୁ ଭୁଲି ପାରିନଥିଲା । ଆଉ ପୁରୁଣା ମାଲିକ ପାଖକୁ ଫେରି ଆସିଲା ।

Camel

୭ ଦିନ ଧରି ପ୍ରାୟ ୧୦୦ କିଲୋମିଟର ଯାତ୍ରା କରି ସେ ତା’ର ପୁରୁଣା ମାଲିକ ପାଖରେ ପହଞ୍ଚିଛି । ମରୁଭୂମି ଓ ବିଭିନ୍ନ ଆବଡ଼ାଖାବଡ଼ା ରାସ୍ତା ଦେଇ ଲଗାତର ଭାବେ ପ୍ରାୟ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରି ସେ କ୍ଷତ ବିକ୍ଷତ ହୋଇ ତାର ପୁରୁଣା ମାଲିକ ପାଖରେ ପହଞ୍ଚିଛି । ମାଲିକ ପାଖ ପହଞ୍ଚିଲା ବେଳକୁ ଓଟଟି ଚାଲି ଚାଲି ସମ୍ପୂର୍ଣ୍ଣ ଥକି ଯାଇଥିଲା ।

Camel

ଓଟଟି ମରୁଭୂମିରେ ଚାଲି ଚାଲି ଆସୁଥିବା ବେଳେ ତାକୁ ଜଣେ ମେଷପାଳକ ଦେଖିଥିଲା । ଯିଏ କି ତାକୁ ପୂର୍ବରୁ ଚିହ୍ନିଥିଲା । ଓଟଟି ଅତି ଦୟନୀୟ ଅବସ୍ଥାରେ ଚାଲି ଚାଲି ଆସୁଥିବାର ଦେଖି ମେଷ ପାଳକ ଜଣକ ଓଟକୁ ନେଇ ତାର ପୁରୁଣା ମାଲିକ ପାଖରେ ପହଞ୍ଚାଇଥିଲା ।

Camel

ଯେତେ ବେଳେ ଓଟି ତାର ମାଲିକ ପାଖରେ ପହଞ୍ଚିଥିଲା ସେତେବେଳେ ମାଲିକ ଆଖିରୁ ଲୁହ ଝରି ଆସିଲା । ଓଟର ମାଲିକ ହେଉଛନ୍ତି ବୃଦ୍ଧ ଚାଷୀ ଦମ୍ପତି । ସେମାନଙ୍କ କହିବାନୁଯାୟୀ ଓଟଟି ବୃଦ୍ଧ ହୋଇଯିବାରୁ ତାକୁ ବିକ୍ରି କରାଯାଇଥିଲା । କିନ୍ତୁ ସେ ଆମକୁ ଏତେ ଭଲ ପାଉଥିଲା ବୋଲି ପୁଣି ଫେରି ଆସିଛି ତାର ପୁରୁଣା ଘରକୁ ।

Camel

ରିପୋର୍ଟ ଅନୁଯାୟୀ, ଓଟ ଗଛ, ବୁଦା, ରାଜପଥରେ ଏବଂ ମରୁଭୂମି ଦେଇ ମାଲିକଙ୍କ ନିକଟରେ ପହଞ୍ଚିଥିଲା । ତେଣୁ ତା ପିଠିରେ ଅନେକ ଆଘାତ ଲାଗି କ୍ଷତ  ହୋଇଥିଲା । ଓଟର ଯନ୍ତ୍ରଣାଦାୟକ ଯାତ୍ରା ବିଷୟରେ ଜାଣିବା ପରେ ପୁଣି ସେ ପୁରୁଣା ମାଲିକ ତାକୁ ନୂଆ ମାଲିକଠାରୁ କିଣିଦେଇଥିଲେ । ଏହି ଓଟ ବଦଳରେ ଆଉ ଏକ ମାଈ ଓଟ ଦେବାକୁ ପଡ଼ିଥିଲା ପୁରୁଣା ମାଲିକଙ୍କୁ ।

Camel

ଏହି ଘଟଣା ପରେ କୃଷକ ଦମ୍ପତି ମୋଙ୍ଗୋଲିଆର ପାରମ୍ପାରିକ ସ୍କାର୍ଫ ‘ହାଡା’ ସହିତ ଓଟକୁ ସଜାଇଥିଲେ । ଏହି ସ୍କାର୍ଫ ସେହି ବ୍ୟକ୍ତିଙ୍କ ବେକରେ ବନ୍ଧା ହୋଇଥାଏ ଯିଏ ପରିବାରର ସଦସ୍ୟ ଭାବରେ ପରିଗଣିତ ହୁଏ । କୃଷକ ଦମ୍ପତି କହିଛନ୍ତି ଯେ ସେମାନେ ବର୍ତ୍ତମାନ ଏହାକୁ ବିକ୍ରି କରିବାକୁ ଚାହାଁନ୍ତି ନାହିଁ, କାରଣ ସେ ଘରର ସଦସ୍ୟ ପରି ।

https://www.youtube.com/watch?v=njo3TxSdqfY

Leave a Reply