ଶେଷ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା

1 min read

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ଦିନ ଶେଷ ହୋଇଛି । ୧୧ ଦିନ ଧରି ବାପ ଘରେ ରହିବା ପରେ ଆଜି ଭୋରୁ ମା’ ନିଜ ମୁଖ୍ୟ ମନ୍ଦିରକୁ ଫେରିଛନ୍ତି। କୋଭିଡ କଟକଣା ମଧ୍ୟରେ କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ସେବାୟତମାନେ ମା’ଙ୍କୁ ଆଣିଥିଲେ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଥିବା ବେଳେ ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳିନଥିଲା। ମା’ଙ୍କ ଯାତ୍ରାକୁ ସପ୍ତାହେ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଦୁଇ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମା’ ଅସ୍ଥାୟୀ ପୀଠରେ ରହି ପୂଜା ପାଉଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଯାତ୍ରା ପାଇଁ ୭ ଦିନ ଲାଗି ଅନୁମତି ପ୍ରଦାନ କରିଛି ବ୍ରହ୍ମପୁର ମହାନଗର ନିଗମ । କରୋନା କଟକଣା ମଧ୍ୟରେ ହେବ ଯାତ୍ରା ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ହୋଇ ସାରିଛି । ତେବେ ପରବର୍ତ୍ତୀ ସମୟରେ ୭ ଦିନ ଧରି ଏହି ଯାତ୍ରା କରିବାକୁ ଅନୁମତି ଦେଇଥିଲା ପ୍ରଶାସନ। କୋଭିଡ୍ ଗାଇଡଲାଇନ୍ ପାଳନ କରି ୭ ଦିନ ମଧ୍ୟରେ ଯାତ୍ରା ସାରିବାକୁ ଟ୍ୱିଟ୍ କରି ସୂଚନା ଦେଇଥିଲେ ବିଇଏମସି କମିଶନର।

ସେହିପରି ଯାତ୍ରା ପାଇଁ କୌଣସି ବିରାଟ ପଟୁଆରକୁ ମନା କରାଯାଇଥିବା ବଳେ ଅସ୍ଥାୟୀ ମନ୍ଦିରରେ ସାମାଜିକ ଦୂରତା ରଖି ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଜିଲ୍ଲା ବ୍ୟତୀତ ବାହାର ରାଜ୍ୟର କୌଣସି ଭକ୍ତଙ୍କୁ ଆସିବାକୁ ମଧ୍ୟ ବାରଣ କରାଯାଇଥିଲା।

ଏଥିସହ ପଢନ୍ତୁ- ୭ ଦିନ ପାଇଁ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି

 

Leave a Reply