ଘରର ଏହି ଦିଗରେ ମା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ, ମା’ଙ୍କ କୃପା ସହ ଧନ ସମ୍ପତି ଏବଂ ସୌଭାଗ୍ୟର ବର୍ଷା ହେବ 

1 min read

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ମା’ ଲକ୍ଷ୍ମୀ ଧନ, ସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖ,ସମୃଦ୍ଧି ଏବଂ ପ୍ରେମର ଅଧିଷ୍ଠାତ୍ରୀ। ମା ଅନ୍ନପୂର୍ଣ୍ଣାଙ୍କ ଆର୍ଶୀବାଦ ରହିଲେ ଘରର ଭଣ୍ଡାର ଖାଲି ହୁଏନି । ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କୁ ଚଞ୍ଚଳା ବୋଲି କୁହାଯାଇଥାଏ । ମା କଦାପି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରୁହନ୍ତିନି। ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରି ତାଙ୍କର କୃପା ବିନ୍ଦୁ ଟୋପାଏ ପାଇଁ ଶ୍ରଦ୍ଧାଳୁ ଅନେକ ବିଶେଷ ଧରଣର ପୂଜା କରିଥାନ୍ତି ।  ତେବେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ସର୍ବଦା ରହିଥାଉ ବୋଲି ଯଦି ଆପଣ ଚାହୁଁଛନ୍ତି ତେବେ କିଛି ବାସ୍ତୁ ନିୟମ ଜାଣି ରଖନ୍ତୁ।

ଘରର ଏହି ଦିଗ ମାନଙ୍କର ଫଟୋ ଲଗାନ୍ତୁ । ମାତା ଅନ୍ନପୂର୍ଣ୍ଣାଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏହା ସହିତ ଘରେ ଧନ ସମ୍ପତି, ଖାଦ୍ୟ ଭଣ୍ଡାର ସର୍ବଦା ପୂର୍ଣ୍ଣ ରହିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ,  ମା ଲକ୍ଷ୍ମୀଙ୍କ ଫଟୋ ଯଦି ଆପଣ ଘରେ ଲଗାଉଛନ୍ତି ତେବେ ପୂର୍ବ-ଦକ୍ଷିଣ ଦିଗରେ ହିଁ ଲଗାଇବେ । ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ଦିନ୍ଦୁ ଧର୍ମ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହି ଦିଗକୁ ଅଗ୍ନି କୋଣର ମଧ୍ୟ ଭାଗ ବୋଲି କୁହାଯାଇଥାଏ । ପୂର୍ବ-ଦକ୍ଷିଣ ଦିଗରେ ଦେବାଦେବୀ ବାସ କରନ୍ତି । ତେବେ ଏହି ଦିଗରେ ମା ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାସହ ଘରେ ଚାଲିଥିବା ଧନ ସମ୍ବନ୍ଧ୍ୱୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଘରର ଠାକୁରଙ୍କ ଘରେ ମା ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ମାଙ୍କ ପ୍ରତିମାଙ୍କୁ ଉତର-ପୂର୍ବ ଦିଗରେ ରଖନ୍ତୁ । ଏହାସହ ନିୟମିତ ପୂଜା କରି ମାଙ୍କ ପାଖରେ କିଛି ଖାଦ୍ୟ ଭୋଗ ଲଗାନ୍ତୁ । ଏହା ଦ୍ୱାରା ଘର ସୁଖସମୃଦ୍ଧି, ଧନସମ୍ପଦ, ସୌଭାଗ୍ୟରେ ସର୍ବଦା ପୂର୍ଣ୍ଣ ରହିବ ।  ବାସ୍ତୁ ଅନୁଯାୟୀ, ମାତା ଅନ୍ନପୂର୍ଣ୍ଣା ଘରର ରୋଷେଇ ଘରେ ବାସ କରନ୍ତି। ସେଥିପାଇଁ ଆପଣ ନିଜ ଘରର ରୋଷେଇ ଘରର ଉତ୍ତର-ପୂର୍ବ ଦିଗରେ ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିପାରିବେ ।  ଯଦି ଏହି ଦିଗରେ ପ୍ରତିମା ରଖିବା ସମ୍ଭବ ନହେଉଛି, ତେବେ ଆପଣ ପଶ୍ଚିମ ଦିଗରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ରଖିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଘରେ ଖାଦ୍ୟର ଅଭାବ କେବେ ହେବ ନାହିଁ ।

ମାଙ୍କୁ ଶ୍ରଦ୍ଧା ଭକ୍ତିରେ ଆରାଧନା କରିଲେ ସେ ଭକ୍ତଙ୍କ ପାଖକୁ ଧାଇଁ ଆସିଥାନ୍ତି। ଯାହାର ପ୍ରମାଣ ସେ ଯୁଗେ ଯୁଗେ ଦେଇ ଆସିଛନ୍ତି ।