ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଧରଣର ଧକ୍କା, କଂଗ୍ରେସରେ ସାମିଲ ହେଲେ ବିଜେପି ହେଭିଓ୍ବେଟ ବୈଜନାଥ ସିଂ ଯାଦବ

ଭୋପାଳ: ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଧରଣର ଧକ୍କା । କଂଗ୍ରେସରେ ସାମିଲ ହୋଇଛନ୍ତି ଶିବପୁରୀରେ ବିଜେପି ହେଭିଓ୍ବେଟ ବୈଜନାଥ ସିଂ ଯାଦବ । ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ ହୋଇଥିବା ବିଦ୍ରୋହରେ ସାମିଲ ବୈଜନାଥ ସଦଳବଳେ ବିଜେପି ଛାଡ଼ି ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି । ବଡ଼କଥା ହେଉଛି ଶିବପୁରୀରୁ ଭୋପାଳର ଦୂରତା ୩୦୦ କିଲୋମିଟର ହୋଇଥିବାବେଳେ ପ୍ରାୟ ୪୦୦ କାରର ଏକ କାରକେଡରେ ଯାଇ କଂଗ୍ରେସରେ ସାମିଲ ହୋଇଛନ୍ତି ବୈଜନାଥ । ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ କଂଗ୍ରେସରେ ହୋଇଥିବା ବିଦ୍ରୋହରେ ବୈଜନାଥ ସାମିଲ ଥିଲେ ଏବଂ ଏହି ବିଦ୍ରୋହ ଯୋଗୁ କମଲନାଥ ସରକାରର ପତନ ଘଟିଥିଲା । ବିଜେପିରେ କୋଣଠେସା ହେବା ପରେ ଶେଷରେ ବୈଜନାଥ ପୁଣି ଘରବାହୁଡା କରିଛନ୍ତି । ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୈଜନାଥଙ୍କୁ ସ୍ବାଗତ କରିଥିଲେ କମଲନାଥ ଓ ଦିଗବିଜୟ ସିଂ ।