spot_img

Latest Posts

ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମାଦୁରୋ ; ଡ଼ରରେ ଆକ୍ରମଣ କଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଭେନେଜୁଏଲା ଏବଂ ଆମେରିକା ମଧ୍ୟରେ ଥିବା ତିକ୍ତତା ଏବେ ବିରାଟ ରୁପ ନେଇଛି । ଗତ କିଛିଦିନ ମଧ୍ୟରେ ଦକ୍ଷିଣ ଆମେରିକାର ଭେନେଜୁଏଲାର ରାଜଧାନୀ କାରାକାସ ଭୟଙ୍କର ବିସ୍ଫୋରଣରେ କମ୍ପି ଉଠିଛି । ସ୍ଥାନୀୟ ଗଣମାଧ୍ୟମ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ରଣନୈତିକ ଅଞ୍ଚଳ ନିକଟରେ ସନ୍ଦେହଜନକ ବିମାନ ଆକ୍ରମଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ କରିଛନ୍ତି ଯେ,  ଆମେରିକା ସେନା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଛି । ଟ୍ରମ୍ପଙ୍କ କହିବାନୁଯାୟୀ, କାରାକାସରେ ବ୍ୟାପକ ବିମାନ ଆକ୍ରମଣ କରାଯାଇଥିଲା । ଯାହା ପରେ ମାରୁଦୋ ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖାଯାଇଛି  । ସେପଟେ ଗିରଫ େହବା ପୂର୍ବରୁ ଗୁରୁବାର ଦିନ ତାଙ୍କର ଶେଷ ସାକ୍ଷାତକାରରେ ମାଦୁରୋ କହିଥିେଲ ଯେ ସେ ଆମେରିକା ସହ ଡ୍ରଗ୍ସ ଓ ତେଲ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିଲେ , କିନ୍ତୁ ଆଲୋଚନା ପୂର୍ବରୁ ହିଁ ଆମେରିକା  ଭେନେଜୁଏଲା ଉପରେ ଜୋରଦାର ଆକ୍ରମଣ କରିଥିଲା । ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଭେନେଜୁଏଲା ଏବଂ ଏହାର ନେତୃତ୍ୱ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ସଫଳତାର ସହ ସମାପ୍ତ କରିଛି  । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାର ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ମଧ୍ୟ ଏହି ଅଭିଯାନରେ ସାମିଲ ଅଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଗୁରୁବାର କହିଛନ୍ତି ଯେ ସେ ଆମେରିକା ସହିତ ନିଶା କାରବାର ଏବଂ ତୈଳ ପ୍ରସଙ୍ଗରେ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ କଥାବାର୍ତ୍ତା କରିବାକୁ ଇଚ୍ଛୁକ।  ତେବେ ସୁଚନା ଥାଉ କି, ଗତ ତିନି ମାସ ଧରି, ଆମେରିକୀୟ ସେନା କାରିବିଆନ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ନିଶା କାରବାର ସନ୍ଦେହଜନକ ଜାହାଜଗୁଡ଼ିକୁ ଟାର୍ଗେଟ କରିଆସୁଛି।  ଟ୍ରମ୍ପ ପ୍ରଶାସନର ତଥାକଥିତ ନିଶା ବିରୋଧରେ ଯୁଦ୍ଧର ଅଂଶ ଭାବରେ ଏପର୍ଯ୍ୟନ୍ତ ୩୦ ରୁ ଅଧିକ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଏ ଯାଏଁ ୧୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ରହିଚି ।

 

Latest Posts

Don't Miss