ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଗ୍ଯାଙ୍ଗଷ୍ଟର ତଥା ରାଜନେତା ମୁଖତାର ଅନସାରୀଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ମୃତ୍ଯୁ ଘଟିଥିବା ସୂଚନା ମିଳିଛି । ଜେଲରେ ତାଙ୍କ ସ୍ବାସ୍ଥ୍ଯାବସ୍ଥାରେ ସମସ୍ୟା ଉପୁଜିବା ପରେ ତାଙ୍କୁ ବାନ୍ଦା ମେଡିକାଲ କଲେଜକୁ ଅଣାଯାଇଥିଲା । ସେଠାରେ ତାଙ୍କର ମୃତ୍ଯୁ ଘଟିଛି ।

ସେପଟେ ଭାଇଙ୍କୁ ବାନ୍ଦା ଜେଲରେ ଖାଦ୍ଯରେ ବିଷ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ଭାଇ ଅଫଜଲ ଆନସାରୀ । ଗତ ମାର୍ଚ୍ଚ ୧୯ ଓ ମାର୍ଚ୍ଚ ୨୨ରେ ତାଙ୍କୁ ବିଷ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ଭାଇ ତଥା ଘାଜିପୁର ଏମପି ଅଫଜଲ । ବିଗତ ୨୦୦୫ରୁ ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ତାଙ୍କ ନାମରେ ୬୦ରୁ ଅଧିକ ମାମଲା ରହିଛି । ୮ଟି ମାମଲାରେ ତାଙ୍କୁ ସଜା ମିଳିଛି । ମୁଖତାରଙ୍କ ମୃତ୍ଯୁ ପରେ ବାନ୍ଦାରେ ୧୪୪ ଧାରା ଜାରି କରାଯାଇଛି । ଲକ୍ଷ୍ମୌ, ଘାଜିପୁର ଓ ମାଉରେ ଆଲର୍ଟ ଜାରି ହୋଇଛି ।