ଭାଇରାଲ ବଏର ମ୍ୟାଜିକ୍ ଟ୍ରିକ୍

ନନ୍ଦିଘୋଷ ବ୍ୟୁରୋ: ମ୍ୟାଜିକ୍ ବା ଯାଦୁ ଦେଖିବାକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ମାନଙ୍କୁ ମଧ୍ୟ ବହୁତ ମଜା ଲାଗିଥାଏ । ହେଲେ କେବେ ଛୋଟ ପିଲାଙ୍କୁ ମ୍ୟାଜିକ୍ ଟ୍ରିକ୍ କରୁଥିବାର ଦେଖିଛନ୍ତି କି ? ଏବେ ସୋସିଆଲ ମିଡିଆରେ ଏକ ସ୍କୁଲ ଛୁଆର ମ୍ୟାଜିକ୍ ଟ୍ରିକ୍ ଦେଖାଉଥିବା ଭିଡିଓ ବେଶ୍ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଆଜ୍ଞା ହଁ ଏହି ପିଲାଟି ଏପରି ଯାଦୁଗରୀ ଦେଖାଉଛି ଯାହା ଯେ କେହି ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ନିଜ ଯାଦୁରେ ନିପୁଣ ଏହି ପିଲାଟି ଦୁଇ ହାତରେ ଦୁଇଟି ଛୋଟ ପଥରକୁ ଦେଖାଇ ସଙ୍ଗେ ସଙ୍ଗେ ଦୁଇ ହାତକୁ ଟ୍ରାନ୍ସପର କରି ଦେଉଛି । ସେ ଏପରି ଯାଦୁ ସମସ୍ତଙ୍କ ଉପସ୍ଥିତିରେ ହିଁ ଦେଖାଉଛି ହେଲେ ସେ ଏତେ ସ୍ପିଡରେ ଏହା କରୁଛି ,କେହି ବି ଜାଣି ପାରୁନାହିନ୍ତି ସେ ଏପରି କିପରି କରୁଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୨୮ ମିଲିୟନ ଲୋକ ଦେଖିସାରିଛନ୍ତି ଏବଂ ଏଥିରେ ପାଖାପାଖି ୫୭ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।

ଭିଡିଓରେ ଯେଉଁ ପିଲାଟି ମ୍ୟାଜିକ ଟ୍ରିକ୍ ଦେଖାଉଛି ସେ ଏକ ସ୍କୁଲ ଡ୍ରେସ୍ ପିନ୍ଧିଛି ଏବଂ ତାର ସାଙ୍ଗ ମାନେ ତାକୁ ଘେରି ରହିଛନ୍ତି । ନିଜ ଯାଦୁଗରିରେ ମାହିର ଏହି ପିଲାଟି ଏକ ପ୍ରଫେସନାଲ ପରି ଏକ ଛୋଟ ପଥର ଜରିଆରେ ନିଜ ଯାଦୁ ଦେଖାଉଛି  । ଥରେ ଏହି ଟ୍ରିକ୍ ଦେଖାଇବା ପରେ ତାକୁ ଆଉଥରେ ଏପରି କରି ଦେଖାବାକୁ ତାକୁ କହୁଛନ୍ତି ଏବଂ ସେ ହସହସ ମୁହଁରେ ତାହା ଦେଖାଉଛି ।