ଆର୍ଯ୍ୟନ ଖାନ୍ ଗିରଫ ଘଟଣା: ମହାରାଷ୍ଟ୍ରର ଛବିକୁ ମଳିନ କରିବାକୁ ଏନ୍‌ସିବି ଚେଷ୍ଟା କରୁଥିବା କହିଲେ ଉଦ୍ଧବ ଠାକ୍‌ରେ

1 min read

ମୁମ୍ୱାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନ ଗିରଫ ହେବା ପରେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ଘଟଣାରେ ନେଇ ଏନସିବିକୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ମୁନ୍ଦ୍ରାରୁ ମହାରାଷ୍ଟ୍ର ପୋଲିସ ୧୫୦ କୋଟି ଟଙ୍କାର ଡ୍ରଗସ ଉଦ୍ଧାର କରିଥିବାବେଳେ କ୍ରୁଜ ଜାହାଜରୁ ଅଳ୍ପ କିଛି ଗ୍ରାମ ଡ୍ରଗସ ଜବତ କରାଯାଇଛି ।

ସେମାନେ କେବଳ ସେଲିବ୍ରିଟିଙ୍କ ପଛରେ ପଡିଥାନ୍ତି ଏବଂ ସେମାନଙ୍କ ଛବି ଯେପରି ଅଧିକ ପ୍ରକାଶ ପାଇବ ସେଥିଲାଗି ସେମାନେ ଗହଳିଚହଳି କରିଥାନ୍ତି ବୋଲି କହିଛନ୍ତି ଉଦ୍ଧବ । ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇ ଉପକୂଳରେ କ୍ରୁଜ ଜାହାଜରେ ଚାଲିଥିବା ରେଭ ପାର୍ଟିରେ ରେଡ ତଥା ଆର୍ଯ୍ୟନ ଖାନଙ୍କ ଗିରଫ ପରଠାରୁ ଚୁପ୍ ରହିଥିବା ଉଦ୍ଧବଙ୍କ ଏହି ବୟାନ କେନ୍ଦ୍ରୀୟ ସଂସ୍ଥାକୁ ଟାର୍ଗେଟ କରିଛି । ଉଦ୍ଧବ ଆହୁରି କହିଛନ୍ତି- ସେମାନେ ମହାରାଷ୍ଟ୍ରର ଛବିକୁ ଭିନ୍ନ ଭାବେ ଚିତ୍ରିତ କରିଛନ୍ତି ଏବଂ ଏହାକୁ ଏକ ଡ୍ରଗ ରାଜଧାନୀ ବୋଲି ପ୍ରମାଣିତ କରିଛନ୍ତି । ଏହି କେନ୍ଦ୍ରୀୟ ସଂସ୍ଥା କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରିବାକୁ ଅକ୍ଷମ ହୋଇଥିବାବେଳେ ମହାରାଷ୍ଟ୍ର ପୋଲିସ ଏହାକୁ ଠାବ କରିପାରୁଛି ।

ବିଭିନ୍ନ ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରଙ୍କୁ ବିଜେପି ଟାର୍ଗଟେ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଉଦ୍ଧବଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ । ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳର ଅଧାରୁ ଅଧିକ ମନ୍ତ୍ରୀ ଦୁର୍ନୀତିରେ ବୁଡି ରହିଛନ୍ତି । ଯଦି ନ୍ୟାୟିକ ସଂସ୍ଥା ଗୁଡିକ ଦୁରୂପଯୋଗ ଭାବେ ବ୍ୟବହାର କରାଯିବ ତେବେ ଜେଲରେ ରହିବେ ଅନେକ ମନ୍ତ୍ରୀ । ସେପଟେ ବରିଷ୍ଠ ଏନସିପି ନେତା ନବାବ ମଲ୍ଲିକ ଏନସିବିର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Leave a Reply