spot_img

Latest Posts

ମହାକୁମ୍ଭକୁ ବଦନାମ କରୁଥିବା ଲୋକଙ୍କ ବିରୁଦ୍ଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ : ମହାକୁମ୍ଭକୁ ବଦନାମ କରୁଥିବା ଲୋକଙ୍କ ବିରୁଦ୍ଧରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭ୍ରମ ଏବଂ ମିଛ ଭିଡିଓ ପୋଷ୍ଟ କରି ଗୁଜବ ପ୍ରସାର କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ପୋଲିସ ଏଫଆଇଆର ରୁଜୁ କରିଛି। ପୋଲିସ ଲୋକମାନଙ୍କୁ ଫେକ୍ ଭିଡିଓ ଏବଂ ମିଛି ଖବର ପୋଷ୍ଟ ନକରିବାକୁ ନିବେଦନ କରିଛି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ମହାକୁମ୍ଭକୁ ବଦନାମ କରିବା ପାଇଁ, କିଛି ଫେକ୍ ଆକାଉଣ୍ଟରୁ କିଛି ଭିଡିଓ ପୋଷ୍ଟ କରାଯାଇଥିଲା । ଯାହାର କି ମହାକୁମ୍ଭ ସହିତ କୌଣସି ସମ୍ପର୍କ ନାହିଁ ।  ଯେମିତି କି, ମିଶରରେ ଘଟିଥିବା ଅଗ୍ନିକୁ ମହାକୁମ୍ଭର ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲା । ଏହି ମାମଲାରେ, ୫ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ଗୋଟିଏ ଏକ୍ସ ଆକାଉଣ୍ଟ ଏବଂ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ଏତିକି ନୁହେଁ, ପାଟନା ଭିଡିଓକୁ ମହାକୁମ୍ଭର ବୋଲି ଦାବି କରୁଥିବା ୭ଟି ଫେସବୁକ୍ ଏବଂ ୮ଟି X ଆକାଉଣ୍ଟ ବିରୁଦ୍ଧରେ FIR ରୁଜୁ କରାଯାଇଛି।

ଉତ୍ତର ପ୍ରଦେଶ ପୋଲିସ ପୂର୍ବରୁ ମଧ୍ୟ ଭମ୍ରକାରୀ ପୋଷ୍ଟ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏପର୍ଯ୍ୟନ୍ତ ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ, ୟୁପି ପୋଲିସ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିଛି। ମହାକୁମ୍ଭକୁ ନେଇ ଫେକ୍ ପୋଷ୍ଟ କରନ୍ତୁ ନାହିଁ ବୋଲି ଡିଜିପି ଅନୁରୋଧ କରିଛନ୍ତି ।

Latest Posts

Don't Miss