spot_img

Latest Posts

ଆଠଗଡ଼ରେ ମହାଶିବରାତ୍ରି, ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଜାଗର ବ୍ରତ ପାଳିବେ ଶ୍ରଦ୍ଧାଳୁ

କଟକ: ଆଠଗଡ଼ରେ ମହାଶିବରାତ୍ରି ବା ଜାଗର ପର୍ବ । ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଜାଗର ବ୍ରତ ପାଳିବେ ଶ୍ରଦ୍ଧାଳୁ। ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୁହେଁ ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯାଇ କେତକୀ ଫୁଲରେ ସଜିତ କରାଯାଇଛି । ରାତି ଗୋଟାଏ ରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୀଠରେ ବ୍ୟାରିକେଡ, ସିସିଟିଭ ସମେତ ୮ ଜଣ ମାଜିଷ୍ଟ୍ରେଟ୍, ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୪ଜଣ ସବ୍ ଇନସପେକ୍ଟର, ୧୫ ଏସଆଇ,୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

Latest Posts

Don't Miss