ସୁଶାନ୍ତ ସୁଇସାଇଡ କରିଛନ୍ତି ବୋଲି କେମିତି ମାନିନେଲ ? ସିବିଆଇ ଯାଞ୍ଚ ପାଇଁ ଦାବି କଲେ ରୂପା ଗାଙ୍ଗୁଲୀ

2 min read

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗୋଟେ ପଟେ ଯେଉଁଠି ନେପୋଟିଜମକୁ ନେଇ ତୀବ୍ର ସମାଲୋଚନା କରାଯାଉଛି ଅନ୍ୟ ପଟେ କିଛି ଲୋକ ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଲଗାତାର ସ୍ୱର ଉତ୍ତୋଳନ କରିବାରେ ଲାଗିଛନ୍ତି । ବି ଆର ଚୋପଡ଼ାଙ୍କ ମହାଭାରତରେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିଥିବା ରୂପା ଗାଙ୍ଗୁଲୀ ସୁଶାନ୍ତଙ୍କ ସୁଇସାଇଡ ମାମଲାରେ ସିବିଆଇ ଯାଞ୍ଚ ଦାବି କରିଛନ୍ତି ।

ରୂପା ନିଜ ଟ୍ୱିଟର ହାଣ୍ଡେଲରେ ଗୋଟେ ପରେ ଗୋଟେ ଅନେକ ଟ୍ୱିକ କରିବାରେ ଲାଗିଛନ୍ତି ଯେଉଁଥିରେ ହ୍ୟାସଟାଗ #CBIFORSUSHANT ଲେଖା ଯାଇଛି । ସେହି ଟ୍ୱିଟ ପରେ ରୂପା ଅନେକ ପ୍ରଶ୍ୱ ଉଠାଇଛନ୍ତି । ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ତରତର ହୋଇ ଯାଞ୍ଚ ହୋଇଛି କି ? ଫରେନସିକ ଟିମ୍ ଜୁନ ୧୫ ତାରିଖ ଦିନ କାହିଁକି ସେଠାରେ ପହଞ୍ଚିଥିଲା । ଆଉ ଏକ ଟ୍ୱିଟରେ ସେ କହିଛନ୍ତି ଯେ, ସୁଶାନ୍ତଙ୍କ ଶରୀରରୁ କୌଣସି ପ୍ରକାର ବିଶାକ୍ତ ଜିନିଷର ଅବଶେଷ ମିଳିଛି କି ?

ରୂପା ଆଉ ଏକ ଟ୍ୱିଟରେ କହିଛନ୍ତି, ସିସିଟିଭି ଫୁଟେଜର ଯାଞ୍ଚ କରି ଘରକୁ କିଏ କିଏ ଆସିଥିଲେ ତାର ଯାଞ୍ଚ କରାଯାଇଛି କି । ରୂଆ ଆଉ ମଧ୍ୟ କହିଛନ୍ତି, ‘ଯଦି କୈଣସି ସୁଇସାଇଡ୍ ନୋଟ ମିଳିନାହିଁ ତେବେ ପୋଲିସ କିପରି ଏହାକୁ ଏକ ସୁଇସାଇଡ ବୋଲି ଘୋଷଣା କଲା । ରୂପା ଲେଖିଛନ୍ତି, ଡିପ୍ରେଶନ ଆଡ଼କୁ ଆଙ୍ଗୁଠି ଦେଖାଇ ବୋଧେ ସୁଶାନ୍ତଙ୍କ ମୃତ୍ୟୁର ମୁଖ୍ୟ କାରଣ ଉପରେ ପରଦା ପକାଯାଉଛି ।’

 

ରୂପା ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ବୁଝିପାରୁନି ଏତେ ବ୍ରିଲିଆଣ୍ଟ ଏବଂ ଭଲ ମଣିଷ କାହିଁକି ଏମିତି ନିଷ୍ପତ୍ତି ନେଲେ । ଏମିକି କିଛି ତଥ୍ୟ ଲୁଚିକି ରହିଛି ଯାହାର ଖୁଲାସା ହେବା ଏବେ ମଧ୍ୟ ବାକି ରହିଛି ।

Leave a Reply