ମାହାଙ୍ଗା ଡବଲ ମର୍ଡର: ଅଭିଯୁକ୍ତକୁ ଧରି କ୍ରାଇମ୍‌ ସିନ୍‌ ରି-କ୍ରିଏଟ୍‌ କରୁଛି ପୋଲିସ

1 min read

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା । ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ତଦନ୍ତ ଚଳାଇଛି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ସେନେଇ ଅଧିକ ତଥ୍ୟ ଦେଉଛି ଅଭିଯୁକ୍ତ । ଘଟଣାସ୍ଥଳରେ କ୍ରାଇମ୍‌ ସିନ ରିକ୍ରିଏସନ୍‌ ଚାଲିଛି । କେଉଁ ହତିଆରରେ ହତ୍ୟା କରିଥିଲା ଅଭିଯୁକ୍ତ ତାକୁ ଧରି ପୁରା କ୍ରାଇମ୍‌ ସିନର ଡେମୋ ଦେଖାଉଛି ଅଭିଯୁକ୍ତ ।

Double Murder Crime Scene

ଡବଲ ମର୍ଡର ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ୪ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି । ଗ୍ରାମାଞ୍ଚଳ SP ଓ କେନ୍ଦ୍ରାଞ୍ଚଳ DIG ଆଶିଷ ସିଂ ମାହାଙ୍ଗା ଥାନାରେ ପହଞ୍ଚିଛନ୍ତି । ସୋମବାର ରାତିରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି । ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ ।

Double Murder Crime Scene

ପରିବାର ପକ୍ଷରୁ ୧୨ଜଣଙ୍କ ନାଁରେ ଏତଲା ଦିଆଯାଇଛି । କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନେତୃତ୍ୱରେ ୫ଟି ଟିମ୍ ଘଟଣାର ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ ଓ ତଦନ୍ତର ଅଗ୍ରଗତି ସଂପର୍କରେ ପ୍ରେସ୍‌ମିଟ୍‌ରେ ସବିଶେଷ ସୂଚନା ଦିଆଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି । ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦- ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ । କୁଳମଣି ଘଟଣାସ୍ଥଲରେ ଓ ଦିବ୍ୟସିଂହ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ ।

Double Murder Crime Scene

Leave a Reply