spot_img

Latest Posts

ବାଇକକୁ ଧକ୍କା ଦେଲା ଅଜିତ ପାଓ୍ବାରଙ୍କ କାଫିଲାର ଗାଡି, ଦୁଇ ଝିଅଙ୍କ ସହ ଦମ୍ପତି ଗୁରୁତର

ବାଇକକୁ ଧକ୍କା ଦେଲା ଅଜିତ ପାଓ୍ବାରଙ୍କ କାଫିଲାର କାର୍, ୪ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ କାଫିଲାରେ ସାମିଲ ଏକ ଗାଡି ଗୋଟିଏ ବାଇକକୁ ଦେଲା ଧକ୍କା । ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ସ୍ବାସ୍ଥ୍ୟାବାସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଧାରୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଡ଼ ଜିଲ୍ଲା ତେଲଗାଁ-ଧାରୁର ରାସ୍ତାର ଧୁନକାଓ୍ବାଡା ଫାଟକ ଅଞ୍ଚଳରେ ଦୁର୍ଘଟଣା ଘଟିଛି ।

ତଥ୍ୟ ଅନୁସାରେ, କାଫିଲାରେ ସାମିଲ ଏକ ଗାଡି ବାଇକକୁ ଧକ୍କା ଦେଇଥିଲା । ଘଟଣାରେ ବାଇକରେ ଥିବା ବିଷ୍ଣୁ ଦାମୋଦର ସୁଦେ, ତାଙ୍କ ପତ୍ନୀ କୁସୁମ ସୁଦେ ଏବଂ ଦୁଇ ଝିଅ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଅଞ୍ଚଳରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଚାରି ଚକିଆଟି ଓଲଟି ପଡିଥିଲା । କାଫିଲାରେ ସାମିଲ ଗାଡିର ଡ୍ରାଇଭରଙ୍କ କାରଣରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସୁରକ୍ଷା ଗାଡି ବି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଲୋକେ ଏକାଠି ହୋଇଯିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁର୍ଘଟଣାର ଶିକାର ପରିବାରଙ୍କୁ ନ୍ୟାୟ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗାଡି ଚଳାଚଳ ସ୍ବାଭାବିକ କରିଛି । ଏହହାସହ କାଫିଲାରେ ସାମିଲ ଗାଡି ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Latest Posts

Don't Miss