ସୀମା ବିବାଦକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାରେ ତୀବ୍ର ଉତ୍ତେଜନା

1 min read

ମୁମ୍ବାଇ: ସୀମା ବିବାଦକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାରେ ତୀବ୍ର ଉତ୍ତେଜନା । ସୀମା ଅନ୍ତର୍ଗତ କୋଙ୍ଗୋଲି ଟୋଲ ପ୍ଲାଜା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହାରାଷ୍ଟ୍ର ଏକୀକରଣ ସମିତି ଓ ଏନସିପିର ପ୍ରାୟ ୩ ଶହ କର୍ମୀ । ସୀମାରେ ମହାମେଳା କରିବାକୁ କର୍ଣ୍ଣାଟକ ସରକାର ଅନୁମତି ନଦେବା ପରେ ଦୁଇ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାକୁ ନେଇ ବେଲାଗାଭିର ତିଲକଓ୍ବାଡି ରୋଡରେ ୧୪୪ ଧାରା ଜାରି କରାଯାଇଛି ।

ସୀମାରେ ବିରୋଧୀ ଦଳ ନେତାମାନେ ବିବାଦୀୟ ବଲଗଭୀ ଅଞ୍ଚଳକୁ ଯାଉଥିବା ବେଳେ କର୍ଣ୍ଣାଟକ ପୋଲିସ ସେମାନଙ୍କୁ ଅଟକାଇଥିଲା । କେତେଜଣ ନେତାଙ୍କୁ ମହାରାଷ୍ଟ୍ର ପୋଲିସ ଅଟକ ରଖିଛି । ଦୀର୍ଘ ଦଶନ୍ଧି ଧରି ବେଲଗଭୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତା ଜାରି ରହିଛି । ତେବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବୈଠକ ପରେ ବେଲାଗାଭି ଯିବାକୁ କାହିଁକି ଅନୁମତି ମିଳିବ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ବିବାଦ ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି ବୋଲି ବିରୋଧୀ ଅଭିଯୋଗକରିଛନ୍ତି ବିରୋଧୀ ।