ଚିନ୍ତା ବଢ଼ାଇଲା ଓମିକ୍ରନ; ମୁମ୍ବାଇରେ ୧୪୪ ଧାରା ଲାଗୁ, ରାଲି-ସମାବେଶ ମନା

Maharashtra Section 144 Imposed In Mumbai In Wake Of Corona Omicron Cases

ମୁମ୍ବାଇ: ମୁମ୍ବାଇରେ ଓମିକ୍ରନର ବଢ଼ୁଥିବା ମାମଲାକୁ ଦେଖି ଆକ୍ସନ ମୋଡରେ ମହାରାଷ୍ଟ୍ର ସରକାର । ଦୁଇ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା । ଆଜି ଓ ଆସନ୍ତାକାଲି ୧୪୪ ଧାରା ଲାଗୁ କରାଯାଇଛି । ଏଥିସହ ରାଲି, ସମାବେଶ ଉପରେ ଲଗାଯାଇଛି କଟକଣା । ମହାରାଷ୍ଟ୍ରରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏଥିରେ ଜଣେ ସାଢ଼େ ୩ ବର୍ଷର ଶିଶୁ ଆକ୍ରାନ୍ତ ହୋଇଛି ।

ମହାରାଷ୍ଟ୍ରରେ ଶୁକ୍ରବାର ଓମିକ୍ରନର ୭ଟି ମାମଲା ଚିହ୍ନଟ ହୋଇଛି । ଏଥିରୁ ୩ଟି କେସ୍ ମୁମ୍ବାଇରୁ ଆସିଥିବା ବେଳେ ୪ଟି ମାମଲା ପିମ୍ପରି ଚିଞ୍ଚୱଡ଼ ନଗରପାଳିକାରୁ ଚିହ୍ନଟ ହୋଇଛି । ମୁମ୍ବାଇରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ବୟସ ୪୮, ୨୫ ଓ ୩୭ ବର୍ଷ । ଏହି ତିନି ସଂକ୍ରମିତ ତାଞ୍ଜାନିଆ, ୟୁକେ ଓ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଯେତେବେଳେକି ପିମ୍ପରି ଚିହ୍ନଟ ୪ ଜଣ ନାଇଜେରିଆନ୍ ମହିଳାଙ୍କ କଣ୍ଟାକ୍ଟ କେସ୍ ।

ମହାରାଷ୍ଟ୍ରରୁ ଏବେ ସୁଦ୍ଧା ୧୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମାମଲା ୩୨କୁ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ୧୭ ଜଣ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରୁ ୯, ଗୁଜରାଟରୁ ୩, ଦିଲ୍ଲୀରୁ ଗୋଟିଏ ଓ କର୍ଣ୍ଣାଟକୁ ଗୋଟିଏ ଓମିକ୍ରନ ମାମଲା ଆସିଛି । ତେବେ ଆଶ୍ୱସ୍ତିର କଥା ହେଉଛି ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ରାଜସ୍ଥାନର ସମସ୍ତ ୯ ଜଣ ଓ କର୍ଣ୍ଣାଟକରେ ସଂକ୍ରମିତ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସି ସାରିଛି ।

Leave a Reply