spot_img

Latest Posts

ଦିଲ୍ଲୀରେ ମହିଳା ସମୃଦ୍ଧି ଯୋଜନା : ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜିଠୁ ମହିଳା ସମୃଦ୍ଧି ଯୋଜନାର ଶୁଭାରମ୍ଭ ହେବ। ଅର୍ଥାତ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ପ୍ରଦାନ ସଂପର୍କିତ ଯୋଜନାର ଆରମ୍ଭ ହେବ। ଆଜିଠୁ ହେବ ପଂଜୀକରଣ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ଯୋଜନାର ଶୁଭାରମ୍ଭ କରିବେ। ପ୍ରଥମେ ଦିଲ୍ଲୀ ସରକାରଙ୍କ ଏକ କ୍ୟାବିନେଟ ବୈଠକ ବସିବ। ଏହି ବୈଠକରେ ମହିଳା ସମୃଦ୍ଧି ଯୋଜନାକୁ ଅନୁମୋଦନ କରାଯିବ। ତା ପରେ ଏ ସଂପର୍କିତ ପୋର୍ଟାଲ ଲଞ୍ଚ କରାଯିବ। ଏହା ପରେ ଆଶାୟୀମାନେ ନିଜ ନିଜର ନାଁ ପୋର୍ଟାଲରେ ପଂଜୀକରଣ କରିପାରିବେ। ଦିଲ୍ଲୀ ନିର୍ବାଚନରେ ଏହି ପ୍ରତିଶୃତି ଦେଇ ବିଜେପି ସରକାର କରିପାରିଛି।ସେହିପରି ହୋଲି ଓ ଦୀପାବଳୀରେ ଦୁଇଟି ଲେଖାଏଁ ଏଲପିଜି ସିଲିଣ୍ଡର ମଧ୍ୟ ମାଗଣା ଦେବାକୁ ପ୍ରତିଶୃତି ଦେଇଥିଲା ବିଜେପି। ଏ ସଂପର୍କିତ ଯୋଜନାକୁ ମଧ୍ୟ ଆଜିର କ୍ୟାବିନେଟ ବୈଠକରେ ମଂଜୁର କରାଯିବ ବୋଲି ଜଣାପଡ଼ିଛି।

Latest Posts

Don't Miss