୫ ଖଣ୍ଡ ଗାଁର ଲୋକଙ୍କୁ ରୋଜଗାର ଦେଉଛି ମହୁନାଡ଼

ବ୍ରହ୍ମପୁର: ରୋଜଗାର ଦେଉଛି ମହୁନାଡ । ଜାହାଡା ହଜରୁ ମହୁନାଡ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି ମଶାଣି ଭାଗ ସମେତ ୫ଖଣ୍ଡ ଗାଁର ଲୋକେ । ପାଣି ପଙ୍କରୁ ମହୁନାଡ ସଂଗ୍ରହ କରି କରୁଛନ୍ତି ରୋଜଗାର । ରୋଜଗାର ଦେଉଛି ମହୁନାଡ। ଗଭୀର ପାଣି, ପଙ୍କରୁ ହେଉଛି ସଂଗ୍ରହ । ୫ ଖଣ୍ଡ ଗାଁର ଲୋକଙ୍କ ପାଇଁ ବଞ୍ଚିବାର ରାହା ପାଲଟିଛି ଏହି ମହୁନାଡ଼ ବା ପଦ୍ମ ଫୁଲ ନାଡ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତରେ ଥିବା ହଜର । ଗାଁର ୫୦ ପରିବାର ନିର୍ଭର କରୁଛନ୍ତି ଏହି ହଜଉପରେ । ଏଥିରୁ ବାହାରୁଥିବା ମହୁନାଡ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି ଅନେକ ପରିବାର ।  ଦୀର୍ଘ ପାଞ୍ଚରୁ ଛଅ ଘଣ୍ଟା ପାଣି ଭିତରେ ରହି ଗଭୀର ଜଳରୁ ସଂଗ୍ରହ କରାଯାଏ ଲହି ମହୁନାଡ ।

ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି ମଶାଣି ଭାଗ ଗାଁର ଲୋକ । ମନରେ ଭୟ ଥିଲେ ମଧ୍ୟ ପେଟ ପାଇଁ ଜାହାଡା ହଜରୁ ମହୁନାଡ ତୋଳି ଗାଁ ଗାଁ ବୁଲି ବିକ୍ରି କରି ଆସୁଛନ୍ତି । ପରିଶ୍ରମ ମୁତାବକ ପାରିଶ୍ରମିକ ମିଳୁନଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ଲୋଡୁଛନ୍ତି ପରିବାର ଲୋକେ ।