Make In Odisha: ନବୀନଙ୍କ ପ୍ରୟାସକୁ ଅଶ୍ୱିନୀଙ୍କ ପ୍ରଶଂସା

ପୁରୀ: ଓଡ଼ିଶାର ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାକୁ ନିବେଶକ ଆସିବା ନିହାତି ଆବଶ୍ୟକ । ନିବେଶ ଆସିଲେ ରାଜ୍ୟର ହେବ ବିକାଶ । କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି  । ରାଜ୍ୟର ଅର୍ଥନିତୀରେ ଅହେତୁକ ବିକାଶ କରିବା ଦିଗରେ ସରକାର ଆପଣାଇଥିବା ପ୍ରୟାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ  ।

ଓଡ଼ିଶାକୁ ଉଦ୍ୟୋଗୀ ମାନଙ୍କୁ ଆକର୍ଷିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୁରୀ ଗସ୍ତରେ ଆସି ମୁମ୍ବାଇରେ ଓଡ଼ିଶା କରିଥିବା ନିବେଶକ ସମ୍ମିଳନୀ ସମ୍ପର୍କରେ ପ୍ରତିକ୍ରିୟା ରଖିଛ୍ତି ରେଳ ମନ୍ତ୍ରୀ । ଏହି ପ୍ରୟାସ ସ୍ବାଗତ ଯୋଗ୍ୟ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସାବାସୀ ଦେଇଛନ୍ତି  ।