ମଲାଇକା କହିଲେ, ଛାଡପତ୍ରର ପୂର୍ବ ରାତିରେ ହୋଇଥିଲା କଣ ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଦମ୍ପତ୍ତିଙ୍କ ମଧ୍ୟରେ ମଲାଇକା ଏବଂ ଅରବାଜ ଅନ୍ୟତମ । ଦୀର୍ଘ ୧୯ ବର୍ଷର ବୈବାହିକ ଜୀବନ ପରେ ଉଭୟ ୨୦୧୭ ମସିହାରେ ଛାତ୍ରପତ୍ର ନେଇଛନ୍ତି । ଉଭୟ ଉଭୟଙ୍କ ଜୀବନରେ ଏବେ ବେଶ ଖୁସିରେ ରହିଛନ୍ତି । ତେବେ ସେମାନଙ୍କ ଛାଡ଼ପତ୍ର କାହିଁକି ହୋଇଛି । ଏହାକୁ ପୂର୍ବରୁ ଉଭୟ ଉଭୟଙ୍କ ମତ ରଖିଥିବା ଶୁଣିଥିବେ । ତେବେ ଦୀର୍ଘ ବର୍ଷ ମଲାଇକା କହିଛନ୍ତି କି, ଛାଡ଼ପତ୍ରର ପୂର୍ବରାତିରେ ଘଟିଥିଲା କଣ ?

କରୀନା କପୁରଙ୍କ ସାମ୍ନାରେ ମଲାଇକା କହିଛନ୍ତି କି, ଛାଡ଼ପତ୍ର ମାମଲାର ଶୁଣାଣୀ ହେବାର ପୂର୍ବ ରାତିରେ ପୁରା ପରିବାର ଏକାଠି ବସିଥିଲେ । ସେମାନେ ମୋତେ ମୋ ରାୟ ପଚାରିଥିଲେ । ଏହା ମୋର ଶେଷ ନିଷ୍ପତ୍ତି କି, ପଚାରିଥିଲେ । ତୁମ ନିଷ୍ପତ୍ତିରେ ତୁମେ ୧୦୦ ପ୍ରତିଶତ ଅଛ କି ? ବୋଲି ମଧ୍ୟ ପଚାରିଥିଲେ । ମୁଁ ମୋ କଥା ଶୁଣାଇଥିଲି ଆଉ ଆଉ ଆମର ଉଭୟଙ୍କ ବୁଝାମଣାରେ ଛାଡ଼ପତ୍ର ହୋଇଥିଲା ।

ତେବେ କହି ରଖୁଛୁ କି, ୧୯୯୩ ମସିହାରେ ଏକ ସୁଟିଂ ସମୟରେ ମଲାଇକା ଏବଂ ଅରବାଜ ଖାନଙ୍କ ମଧ୍ୟରେ ପ୍ରଥମ ଦେଖା ହୋଇଥିଲା । ଏହି ଦେଖାରୁ ଭଲ ପାଇବା ଆରମ୍ଭ ହୋଇଥିଲା । ୫ ବର୍ଷ ଡେଟ୍ କରିବା ପରେ ୧୯୯୮ରେ ବିବାହ କରିଥିଲେ । ୨୦୦୨ ମସିହାରେ ସେମାନଙ୍କୁ ପୁଅ ଅରହାନ ଜନ୍ମ ହୋଇଥିଲେ । ମାତ୍ର ୨୦୧୭ ମସିରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା ।