ନନ୍ଦିଘୋଷ ବ୍ୟୁରୋ: ଧୀରେ ଧୀରେ ସୁଧୁରୁଛି ମାଲକାନଗିରି ସ୍ଥିତି। ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଆଜି ଦିନ ୧୨ ଟା ଯାଏ ଇଣ୍ଟରନେଟ ଉପରେ ଲାଗିଥିଲା କଟକଣା। ସ୍ଥିତି ସୁଧୁରିଥିବାରୁ କଟକଣା ଉଠିଛି। ୭ ଦିନ ପରେ ଇଣ୍ଟରନେଟ ଆସିଛି। ସେପଟେ ଏମଭି ୨୬ ଜଳାପୋଡ଼ା ଘଟଣାରେ ଗିରଫଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଆଗରୁ ହଟିଥିଲା ୧୬୩ ଧାରା। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଶାନ୍ତି କମିଟି ବୈଠକ ହୋଇଥିଲା।
ଗୁଜବରେ ବିଶ୍ବାସ ନକରି ପ୍ରଶାସନ ଉପରେ ଭରସା ରଖିବା ଲାଗି ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨କୁ ଡାଏଲ୍ କରିବାକୁ ଏସପି ବିନୋଦ ପାଟିଲ.ଏଚ ସୂଚନା ଦେଇଛନ୍ତି।…

