ନନ୍ଦିଘୋଷ ବ୍ୟୁରୋ: ବିହାରରେ ବଡ଼ ବିଜୟ ପରେ ଏବେ ବଙ୍ଗଳା ଉପରେ ରହିଛି ବିଜେପିର ନଜର । ବିହାରରେ ଏନଡିଏ ସରକାର ଗଠନ କରିଥିବାବେଳେ ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଛି । ତେବେ ପଶ୍ଚିମବଙ୍ଗରେ ଟିଏମସି ସରକାରଙ୍କୁ ହଟାଇ ବିଜେପି ସରକାରକୁ ଆସିବା ପାଇଁ ଲକ୍ଷ୍ୟ ରହିଛି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏକ ପୋଷ୍ଟର ଜାରି କରାଯାଇଛି । ଯେଉଁଥିରେ ଅଧା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ମମତା ବାନାର୍ଜୀଙ୍କ ମିଶ୍ରିତ ମୁହଁଥିବା ଫଟୋ ରହିଛି ।
We Bengalis will forever remember Mamata’s 15-year tenure as the era of “Jungle Raj"!! pic.twitter.com/OIgpq8Usj1
— BJP West Bengal (@BJP4Bengal) December 14, 2025
ବିଜେପି ଏହି ପୋଷ୍ଟର ମାଧ୍ୟମରେ ଦର୍ଶାଇବାକୁ ଚାହୁଁଛି ବିହାରରେ ଲାଲୁଙ୍କ ଶାସନ କାଳକୁ ଜଙ୍ଗଲ ରାଜ ବୋଲି କୁହାଯାଉଛି । ଯାହାକୁ ନେଇ ନିକଟରେ ଯାଇଥିବା ନିର୍ବାଚନରେ ବିରୋଧୀମାନେ ମଧ୍ୟ ଟାର୍ଗେଟ କରିଥିଲେ । ତେବେ ପଶ୍ଚିମବଙ୍ଗରେ ମଧ୍ୟ ୧୫ ବର୍ଷର ମମତା ସରକାରକୁ ଜଙ୍ଗଲରାଜ ବୋଲି ପୋଷ୍ଟରରେ ଦର୍ଶାଯାଉଛି । ସେପଟେ ଏଭଳି ପୋଷ୍ଟର ଜାରି ହେବା ପରେ ଟିଏମସି ପକ୍ଷରୁ ମଧ୍ୟ କଡ଼ା ସମାଲୋଚନା କରାଯାଉଛି ।

