ସବୁଦିନ ଟ୍ରେଡମିଲ୍ରେ ଦୌଡୁଥିବା ଦିଦି ଆଜି ରାସ୍ତାରେ ଦୌଡ଼ିଛନ୍ତି । କର୍ମୀଙ୍କ ଗହଣରେ ନିର୍ବାଚନ ପୂର୍ବରୁ ଦିଦିଙ୍କ ଏ ନୂଆ ଷ୍ଟାଇଲ୍ ଦେଖିବାକୁ ମିଳିଛି । ଗୋଟେ କି ଦୁଇ କିଲୋମିଟର ନୂହେଁ ପୁରା ୧୦ କିଲୋମିଟର ଦୌଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାହାଡିଆ ରାସ୍ଥାରେ ଧଳା ଶାଢ଼ି ପିନ୍ଧି ଦୌଡିଛନ୍ତି ଦିଦି । ସକାଳୁ ସକାଳୁ ଦାର୍ଜିଲିଂର ଥଣ୍ଡା ପାଗରେ ମମତାଙ୍କୁ ଜଗିଂ କରୁଥିବାର ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀ, ପୁଲିସ ଅଧିକାରୀ ଏବଂ ସାମ୍ବାଦିକଙ୍କୁ ମଧ୍ୟ ଦୌଡୁଥିବାର ଦେଖିବାକୁ ମିଳିଥିଲା । ଦାର୍ଜିଲିଂ ଜିଲ୍ଲାର କରୁର୍ସେଙ୍ଗରୁ ମହାନଦୀ ଅଂଚଳ ପର୍ଯ୍ୟନ୍ତ ୧୦ କିମି ଜଗିଂ କରିଛନ୍ତି ମମତା। ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ମୁଖ୍ୟମନ୍ତ୍ରୀ ଏଭଳି ଜଗିଂ କରିଥିବା କହିଥିବା ବେଳେ ନିର୍ବାଚନ ଆଗକୁ ଥିବାରୁ ଏବେଠାରୁ ନିଜକୁ ଫିଟ୍ ରଖିବା ଆରମ୍ଭ କଲେଣି ଦିଦି ବୋଲି ବିଶେଷଜ୍ଞଙ୍କ ମତ । ଜଗିଂ କରିବା ସୟରେ ମମତା ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ । କଥାହେବା ସମୟରେ ଲୋକମାନଙ୍କୁ ପରିବେଶ ସୁରକ୍ଷା ଏବଂ ଅଧିକ ଗଛ ଲଗାଇବାକୁ ଅନୁରୋଧ କରିଥିଲେ ମମତା । ‘ଇଣ୍ଟରନ୍ୟାସନାଲ ଡେ ଅଫ୍ କ୍ଲାଇମେଟ୍ ଆକ୍ସନ୍’ ଅବସରରେ ମମତା ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ। ')}

