Cooch Behar Firing : ମମତାଙ୍କ ନିର୍ବାଚନ କମିଶନଙ୍କ ଉପରେ ଆକ୍ରମଣ,ମୋତେ ରୋକିବା ପାଇଁ ୭୨ ଘଣ୍ଟାର ବ୍ୟାନ୍

1 min read

କୋଲକତା: ଶନିବାର ଦିନ ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ସିଆଇଏସଫ ଦ୍ୱାର ହୋଇଥିବା ଗୁଳିକାଣ୍ଡକୁ ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ନିର୍ବାଚନ କମିଶନ କୁଚବିହାରକୁ କୌଣସି ଦଳର ନେତା ଆସନ୍ତା ୭୨ ଘଣ୍ଟା ପାଇଁ ଯାଇ ପାରିବେ ନାହିଁ ବୋଲି ଆଦେଶ ଦେବା ପରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକ୍ରାମକ ହୋଇଛନ୍ତି । ନିର୍ବାଚନ କମିଶନଙ୍କୁ ନିଶାନାକୁ ନେଇ ମମତା କହିଛନ୍ତି ଯେ, ତାଙ୍କୁ ରୋକିବା ପାଇଁ ଏହି ୭୨ ଘଣ୍ଟାର ବ୍ୟାନ୍ ଲାଗୁ କରାଯାଇଛି । ସେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ MCC(Model Code of Conduct) ହେଉଛି ମୋଦି କୋଡ୍ ଅଫ୍ କଣ୍ଡକ୍ଟ ।

ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ନିର୍ବାଚନ କମିଶନ ତାଙ୍କୁ କୁଚବିହାର ଯିବାରୁ ରୋକିବା ପାଇଁ ୭୨ ଘଣ୍ଟାର ବ୍ୟାନ୍ ଲଗାଇଛନ୍ତି । ନିର୍ବାଚନ କମିଶନ ତଥ୍ୟକୁ ଲୁଚାଇବା ପାଇଁ ଉଦ୍ୟମ କରୁଛି । ସିତଲକୁଚିରେ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଗଲା । କୁଚବିହାର ଯିବାରୁ ନେତାଙ୍କୁ ରୋକିବା ପାଇଁ ନିର୍ବାଚନ କମିଶନଙ୍କ ପଦକ୍ଷେପ ଅଦ୍ଭୁତପୂର୍ବ । ମୁଁ ସିତଲକୁଚି ଯିବାକୁ ଚାହୁଁଛି ।

ଜାଣିଶୁଣି ଗୁଳିମାଡ଼ ହୋଇଛି
ମମତା ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କ ଉପରକୁ ଜାଣିଶୁଣି ଗୁଳି ଚଳା ଯାଇଥିଲା । କୁଚବିହାର ଗୁଳିକାଣ୍ଡକୁ ସେ ନରସଂହାର ବୋଲି କହିଛନ୍ତି । ସେ କହିଛନ୍ତି ଯେ,ସୁରକ୍ଷାକର୍ମୀ ପାଦ କିମ୍ବା ଶରିରର ନିମ୍ନଭାଗକୁ ଗୁଳି ମାରିବାର ଥିଲା । କିନ୍ତୁ ସେମାନ ଶରିର ଉପରକୁ ଚାରି ପଟୁ ଗୁଳି ମାଡ କରିଛନ୍ତି । ଯେଉଁ ଲୋକମାନଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି ସେମାନଙ୍କ ଗାଲ ଓ ଛାତିରେ ଗୁଳି ଲାଗିଛି ।

ସିଆଡି ତଦନ୍ତ ହେବ
ଆତ୍ମରକ୍ଷା ପାଇଁ ସିଆଇଏସଏଫ ଗୁଳି ମାରିଥିବା ଦାବିକୁ ମୁଖ୍ୟମନ୍ତ୍ରୀ ମମତା ଖାରଜ କରି ଘଟଣାର ସିଆଇଡି ତଦନ୍ତ କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସିଆଇଏସଏଫ୍ ଯେଉଁ ଦାବି କରୁଛି ତାକୁ ନେଇ କୌଣସି ଭିଡିଓ ପ୍ରମାଣ କିମ୍ବା ଅନ୍ୟ ପ୍ରମାଣ ନାହିଁ । ସୂଚନାଯୋଗ୍ୟ ଯେ, ନିର୍ବାଚନ କମିଶନଙ୍କ ପକ୍ଷରୁ ସିଆଇଏସଏଫ୍ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା ବୋଲି କୁହାଯାଇଛି । ନିର୍ବାଚନ କମିଶନ ଅନୁସାରେ ୩ଶହରୁ ୪ଶହ ଲୋକ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ସେମାନଙ୍କୁ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ପଡିଥିଲା ।

Leave a Reply