spot_img

Latest Posts

୨ ଦିନ ପୂର୍ବରୁ ହତ୍ୟା ଯୋଜନା କରିଥିଲା ଗୋବିନ୍ଦ: ଜେସିବି ଡ୍ରାଇଭରଙ୍କୁ ଗାତ ପାଖକୁ ଛାଡ଼ିନଥିଲା

ଧର୍ମଗଡ଼: ମହାଲିଙ୍ଗ ଆଞ୍ଚଳିକ କଲେଜରେ ସ୍ୱାଭାବିକ ଭାବେ ପାଠ ପଢ଼ା ଚାଲିଛି। କଲେଜରେ ଛାତ୍ରୀଙ୍କ ଯୌନ ଶୋଷଣ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କରିଛନ୍ତି କଲେଜର ଛାତ୍ରୀ। ସୁରକ୍ଷିତ ବାତାବରଣରେ ଶିକ୍ଷାଦାନ ଚାଲୁଥିବା ନେଇ ସେମାନେ ମତ ଦେଇଛନ୍ତି। ସେପଟେ କିପରି ପୋତା ହୋଇଥିଲା ମୃତଦେହ, କ୍ୟାମେରା ଆଗରେ ସତ ବଖାଣିଛନ୍ତି ଜେସିବି ଡ୍ରାଇଭର।
ମମିତାଙ୍କ ହତ୍ୟାର ପ୍ଲାନିଂ ଦୁଇ ଦିନ ଆଗରୁ କରିଥିଲା ଗୋବିନ୍ଦ ସାହୁ। ଅକ୍ଟୋବର ୮ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ। ୯ ତାରିଖରେ ପୋତା ହେଲା ମୃତଦେହ। ହେଲେ ଅକ୍ଟୋବର ୭ ତାରିଖରୁ ପଡ଼ିଆ ଖୋଳା ହୋଇଥିବାର ବିସ୍ଫୋରକ ବୟାନ ଦେଇଛନ୍ତି ଗାତ ଖୋଲିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ। ହେଲେ ୯ ତାରିଖ ସକାଳେ ପୁଷ୍କରଙ୍କୁ ଗାତ ପାଖକୁ ଛାଡ଼ି ନଥିଲା ଗୋବିନ୍ଦ। ଜେସିବି ଆଗ ବକେଟରୁ ମାଟି ପକାଇ ଘଟଣାସ୍ଥଳରୁ ପୁଷ୍କରଙ୍କୁ ବିଦା କରାଯାଇଥିଲା। ଗାତ ଭିତରେ ମୃତଦେହ ଥିବା କଥା ଜାଣି ନଥିବା କହିଛନ୍ତି ପୁଷ୍କର। ମର୍ଡର ପ୍ଲଟରେ ପରୋକ୍ଷ ସାମିଲ ପାଇଁ ପୁଷ୍କରଙ୍କୁ ରାଜସଖୀ କରିଛି ପୋଲିସ।
ଅନ୍ୟପଟେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟକୁ ନେଇ ହୋଇଥିବା ଗୁଜବ ଉପରୁ ଧୀରେ ଧୀରେ ପରଦା ଉଠିଲାଣି। କଲେଜର ହୋଇଥିବା ଚରିତ୍ର ସଂହାରକୁ ଖଣ୍ଡନ କରିଛନ୍ତି ସେଠାରେ ପଢ଼ୁଥିବା ଛାତ୍ରୀ। ପାଠ ପଢା ଦିନଠାରୁ କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ସୁରକ୍ଷା ଦେଇ ଆସୁଥିବା କଥା ଗଣମାଧ୍ୟମ ଆଗରେ ସେମାନେ କହିଛନ୍ତି।
ମହାଲିଙ୍ଗ କଲେଜ କର୍ତ୍ତୃପକ୍ଷ ପରିଚାଳନା କମିଟି ଭାଙ୍ଗି ପରିଚାଳନା କମିଟି କରିବା ନେଇ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଏପରି ହେଲେ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜ ପରିଚାଳିତ ହେବ। ଯାହା କଲେଜର ସରକାରୀ ଅନୁଦାନ ଦେବାରେ ସହାୟକ ହେବ।

ଏଥିସହିତ ପଢ଼ନ୍ତୁ: ଡିଆରଡିଓ ତଥ୍ୟ ଲିକ୍ ମାମଲା: ଓଡ଼ିଶା ପରେ ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍

Latest Posts

Don't Miss