spot_img

Latest Posts

ତଦନ୍ତରେ ସନ୍ତୁଷ୍ଟ ମମିତାଙ୍କ ପରିବାର, ହେଲେ ତଦନ୍ତକୁ ନେଇ ମୂଲ୍ୟହୀନ ରାଜନୀତି କରୁଛନ୍ତି ବିରୋଧୀ

ଭୁବନେଶ୍ୱର: ମମିତାଙ୍କୁ ହତ୍ୟା ପରେ ଏବେ ତାଙ୍କ ହତ୍ୟାର ସଠିକ୍‌ ତଦନ୍ତ ନେଇ ଯୋରଦାର ରାଜନୀତି ଦେଖା ଦେଇଛି। ତଦନ୍ତ ଭଲରେ ଚାଲିଥିବା ବେଳେ କେବଳ ଚର୍ଚ୍ଚାରେ ରହିବା ପାଇଁ ବିଭିନ୍ନ ରାନୈତିକ ଦଳ ତଦନ୍ତକୁ ଆହୁରି ଭଲସେ କରିବା ପାଇଁ ମୂଲ୍ୟହୀନ ରାଜନୀତି କହୁଛନ୍ତି। ତଦନ୍ତ ଭଲରେ ଚାଲିଛି ବୋଲି ଆମେ କହୁନୁ, କହୁଛନ୍ତି ଖୋଦ ମମିତାଙ୍କ ପରିପାର ଲୋକେ। ଗତକାଲି ସନ୍ଧ୍ୟାରେ ମମିତାଙ୍କ ପରିବାର ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଭେଟି ତଦନ୍ତରେ ସନ୍ତୋଷ ପ୍ରକାଶ କରିବା ସହ ଗୋବିନ୍ଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପ୍ରଶ୍ନ ଉଠୁଛି ଯଦି ପରିବାର ଲୋକେ ପୋଲିସର ତଦନ୍ତ ପ୍ରକ୍ରିୟାରେ ଖୁସି, ବିରୋଧୀ କାହା ସ୍ୱାର୍ଥରେ ଭିନ୍ନ ଭିନ୍ନ ଦାବି କରୁଛନ୍ତି।

ତେବେ ମମିତା ହତ୍ୟା ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଦଳରେ ସୃଷ୍ଟି ହୋଇଛି ଫାଟ। ଦଳର ତିନି ପ୍ରମୁଖ ନେତା ଭିନ୍ନ ଭିନ୍ନ ଦାବି କରୁଛନ୍ତି। କିଏ ସିବିଆଇ ତଦନ୍ତ ଦାବି କରୁଛନ୍ତି ତ କିଏ ପରିବାରକୁ ଆସ୍ୱସ୍ତି କଲା ଭଳି ତଦନ୍ତ ଦାବି କରୁଛନ୍ତି। ପୁଣି କିଏ ବଲାଙ୍ଗିର ପୋଲିସର ସଫଳତାକୁ ପ୍ରଶଂସା କରିବା ସହ ପରିବାରର ମତାମତ ଆଧାରରେ ତଦନ୍ତ କରିବାକୁ ଦାବି କରିଛନ୍ତି। କଣ୍ଟାବାଞ୍ଝି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏନେଇ ରାଜ୍ୟପାଳଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି।

ସେପଟେ ପିପିସି ସଭାପତି ନିରଂଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ମମିତାଙ୍କ ପରିବାରକୁ ଆସ୍ୱସ୍ତି କଲାଭଳି ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରିବାର ମତାମତ ଆଧାରରେ ତଦନ୍ତ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନର ତଦନ୍ତ ପ୍ରକ୍ରିୟାରେ ଯଦି ପରିବାର ଲୋକେ ସନ୍ତୁଷ୍ଟ ତେବେ ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରାଯାଉ ବୋଲି କହିଛନ୍ତି ନରସିଂହ।

Latest Posts

Don't Miss