spot_img

Latest Posts

ଲକଡାଉନରେ ବନ୍ଦ ରେଷ୍ଟୁରାଣ୍ଟ ଭିତରେ ୪ ଦିନ ରହିଲେ ବ୍ୟକ୍ତି, ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇବା ସହ ପିଇଲେ ମଦ

ଯୁକ୍ତରାଷ୍ଟ୍ର ଆମେରିକା: କରୋନା ଭାଇରସ କାରଣରୁ ଦୁନିଆର ଅନେକ ଲୋକ ନିଜ ଘରେ ଲକଡାଉନରେ ରହୁଛନ୍ତି । ଅନ୍ୟପଟେ ଜଣେ ବ୍ୟକ୍ତି ବନ୍ଦ ରେଷ୍ଟୁରାଣ୍ଟରେ ଭିତରେ ପ୍ରବେଶ କରି ସେଠାରେ ୪ ଦିନ ପର୍ଯ୍ୟନ୍ତ ଖାଇ ପିଇ ଶୋଇଥିଲେ। ଏହି ୪୨ ବର୍ଷୀୟ ବ୍ୟକ୍ତି ରେଷ୍ଟୁରାଣ୍ଟ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଖାଇଥି ଖାଇବା ସହିତ ଏବଂ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି ।

ଏହି ମାମଲା ଆମେରିକାର କନେକ୍ଟିକଟ୍ ରାଜ୍ୟର ନ୍ୟୁ ହେଭେନ ସହରର । ୪୨ ବର୍ଷିୟ ଲୁଇସ୍ ଅରିଟିଜ୍ ଙ୍କୁ ଅନେକ ଅପରାଧିକ ମାମଲାରେ ପୋଲିସ୍ ଗିରଫ କରି ତାଙ୍କୁ ଜେଲ୍ ପଠାଇଛନ୍ତି।

ଏହି ବ୍ୟକ୍ତି ଜଣଙ୍କ ଅର୍ଟିଜ୍ ‘ସୋଲ୍ ଡି କ୍ୟୁବା ନାମକ’ ଏକ ରେଷ୍ଟୁରାଣ୍ଟରେ ପ୍ରବେଶ କରିଥିଲେ ଯାହା କରୋନା ଭାଇରସ କାରଣରୁ ବନ୍ଦ ହୋଇଯାଇଥିଲା । ମଙ୍ଗଳବାର ଦିନ ମ୍ୟାନେଜର ରେଷ୍ଟୁରାଣ୍ଟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ପ୍ରବେଶ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ କହିଛି ଯେ ଅର୍ଟିଜ ପାଖରୁ ଏକ ରମ୍ ବୋତଲ ମଧ୍ୟ ଉଦ୍ଧାର କରାଯାଇଛି। ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ କହିଛି ଯେ ଅର୍ଟିଜ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଖାଇବା ସହ ୭୦ ବୋତନ ମଦ ପିଇଥିଲେ ।

ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ୧୧ ଏପ୍ରିଲରେ ଏକ ଝରକା ଦେଇ ବନ୍ଦ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ । ରେଷ୍ଟୁରଣ୍ଟ ଭିତରୁ ବାହାରିବା ବେଳେ ମଧ୍ୟ ସେ ଖାଇବା ଓ ମଦ ନେଇ ବାହାରକୁ ଆସିଥିଲେ ।

ଅନ୍ୟ ଦେଶମାନଙ୍କ ପରି ଆମେରିକାରେ ମଧ୍ୟ ଲକଡାଉନ୍ କରାଯାଇଛି । ଅଫିସ୍ ବନ୍ଦ ରହିଥିବାବେଳେ ଲୋକଙ୍କୁ ନିଜ ଘରେ ରହିବାକୁ କୁହାଯାଉଛି। ଆମେରିକାରେ କରୋନା ଜୀବାଣୁ ଯୋଗୁଁ ବହୁ ସଂଖ୍ୟକ ଲୋକ ମଧ୍ୟ ବେକାର ହୋଇ ଯାଇଛନ୍ତି। ମାସକର ଖର୍ଚ୍ଚ ଚଳାଇବାରେ ମଧ୍ୟ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସହରରେ ଲକଡାଉନ କରିବା ବିରୋଧରେ ମଧ୍ୟ ପ୍ରଦର୍ଶନ କରାଯାଇଛି।

Latest Posts

Don't Miss