କ୍ଷୀର ଦେଲାନି ବୋଲି ମଇଁଷି ନାଁରେ ଥାନାରେ ମାମଲା

ଭୋପାଳ: ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଏକ ଥାନାକୁ ଅଜବ ପ୍ରକାର ମାମଲା ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାମଲାଟି ସମ୍ପର୍କରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଥାନାରେ ଏକ ମଇଁଷି ନାଁରେ ତା’ ମାଲିକ ଅଭିଯୋଗ କରିଛନ୍ତି । ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହେଉଥିବା ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିବା ସହ ଏହା ପଛରେ ଗୁଣିଗାରେଡି କରାଯାଇଥିବା ସନ୍ଦେହ ପ୍ରକାଶ କରିଥିଲେ । ବ୍ୟକ୍ତିଙ୍କ ଏପରି ଅଭିଯୋଗ ଶୁଣି ଥାନା କର୍ମଚାରୀ ବି ଆବାକ ହୋଇଯାଇଥିଲେ । ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିବା ସହ ସାହାଯ୍ୟ ମାଗୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

୧୩ ତାରିଖ କଥା । ପ୍ରତିଦିନ ପରି ଥାନାରେ ସବୁକିଛି ଠିକଠାକ ଚାଲିଥାଏ । ନୟାଗାଁର ବାବୁଲାଲ ଯାତବ (୪୫) ନିଜ ମଇଁଷି ସହ ଥାନାରେ ପହଞ୍ଚି ଯାଇଥିଲା । ଆଉ ନିଜ ମଇଁଷି ବିରୋଧରେ ଥାନାରେ ଦେଇଥିଲେ ଏତଲା । ଅଭିଯୋଗ ଥିଲା, କିଛିଦିନ ହେଲା ମଇଁଷି କ୍ଷୀର ଦେବାକୁ ରାଜି ହେଉନାହାନ୍ତି । ଏହାସହ ସେ ଥାନାରେ କହିଥିଲେ, ମଇଁଷି ଉପରେ ଗୁଣଗାରେଡି କରାଯାଇଥିବା ଗାଁ ଲୋକ ତାକୁ କହିଛନ୍ତି ।

ପୋଲିସ କମର୍ଚାରୀଙ୍କ ଆଗରେ ଏବେ ବଡ଼ ପ୍ରଶ୍ନ ଥିଲା କ’ଣ କହି ବାବୁଲାଲକୁ ବୁଝାଇବେ । ମଇଁଷି କାହିଁକି କ୍ଷୀର ଦେଉନାହିଁ ତା’ର ବା କ’ଣ ପ୍ରତିକାର ବାହାର କରିପାରିବେ ପୋଲିସ । ସେ କ’ଣ ପ୍ରାଣୀ ଚିକିତ୍ସକ ଯେ ମଇଁଷି କ୍ଷୀର ନଦେବାର କାରଣ ଜାଣିପାରିବେ । ଯେନତେନ ପ୍ରକାରେ ଥାନାବାବୁ ଓ ଅନ୍ୟ କର୍ମଚାରୀ ବାବୁଲାଲାଙ୍କୁ ବୁଝାଇ ଘରକୁ ବିଦା କରିଥିଲେ । ହେଲେ ୪ ଘଣ୍ଟା ପରେ ସେ ପୁଣି ଥରେ ମଇଁଷି ସହ ଥାନାରେ ହାଜର ହୋଇ ଯାଇଥିଲା ଓ ଅଭିଯୋଗ ଥିଲା ସମାନ, ‘ମୋ ମଇଁଷି କ୍ଷୀର ଦେବାକୁ ରାଜି ହେଉନି ।’

ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଅନିରୁଦ୍ଧ ଶାହ କହିଛନ୍ତି, ‘ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀଙ୍କୁ ପଶୁ ଚିକିତ୍ସାର କିଛି ପରାମର୍ଶ ଦେବାକୁ ଥାନା ଅଧିକାରୀଙ୍କୁ କହିଥିଲେ । ରବିବାର ସକାଳେ ବାବୁଲାଲ ପୁଣି ଥାନାକୁ ଆସିଥିଲେ । ସେ ଥାନା କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ମଇଁଷି କ୍ଷୀର ଦେଇଥିବା କହିଥିଲେ ।’

Leave a Reply