ସ୍ୱାମୀ ଗୋଟିଏ, ସ୍ତ୍ରୀ ତିନୋଟି: ଫୁଲ କହୁଛି ମାଳି କାହାର ?

ଭୁବନେଶ୍ୱର: ବଗିଚା ଗୋଟିଏ  । ମାଳି ବି ଗୋଟିଏ  । କିନ୍ତୁ ଫୁଲ ଫୁଟିଛି ତିନୋଟି । ଏମିତିକି ରୂପ ବଦାଳଉଥିଲେ ଏହି ମାଳି ମହାଶୟ  ।  ଭ୍ରମର ରୂପରେ ବୁଲୁଥିଲେ  । ମଧୁ ଶୋଷି ଉଡ଼ିଯାଉଥିଲେ  । କେତେବେଳେ ସପନ ଦେଖାଇ ସାଥି କରୁଥିଲେ  । ପୁଣି କେତେବେଳେ ପ୍ରେମର ପୋଖରୀରେ ସ୍ନାନ କରୁଥିଲେ  । ଗୋଟିଏ ପତ୍ନୀରେ ବୁଝୁନଥିଲା ଆଲୋକ ବାବୁଙ୍କ ମନ  । ଡ଼ାଏରୀରେ ଥିଲା ସୁନ୍ଦରୀ ଯୁବତୀଙ୍କ ଲିଷ୍ଟ  । ପ୍ରେମ କଳାରେ ପୋଖତ ଏହି ରସିକ ନାଗର ଆଖିର ଇସାରାରେ ହିଁ ସୁନ୍ଦରୀ ଯୁବତୀଙ୍କ ହୃଦୟରେ କରୁଥିଲେ ଦସ୍ତଖସ୍ତ  । ସମୟ ଦେଉଥିଲେ, ରାତି ସାରା ଗପୁଥିଲେ । ଟଙ୍କା ଝଡ଼ାଉଥିଲେ, ନୂଆ ଗାଡ଼ି କିଣୁଥିଲେ  । ଆଉ ମନି ସରିଲା ପରେ ମନ ଫେରାଉ ଥିଲେ  ।

କଥାଟି ଶୁଣିଲା ପରେ ହଡବଡ଼ ହେଇଯାଉଥିବେ  । କଳାକୃଷ୍ଣଙ୍କ ପରିଚୟ ଖୋଜୁଥିବେ  । ଡେରି ନକରି ଜଣାଉଛୁ  । ରସିକ ନାଗର ଜଣଙ୍କ ଭୁବନେଶ୍ୱରର  । ଡ୍ରାଇଭର ଭାବେ କାମ କରୁଥିବା ଆଲୋକ ଜେନା  । ନାଁଟା ଯେମିତି କାମଟା ବି ସେମିତି  ।  ଏବେ ଶୁଣିବା ଆଲୋକ ବାବୁଙ୍କ ଅଲେଖା କାହାଣୀ  । ରାଜଧାନୀରେ ଗାଡ଼ି ଚଳାଉଥିବା ଆଲୋକ ଜେନାଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ହୋଇଛି ଅଭିଯୋଗ  । ଅଭିଯୋଗକାରୀ ଜଣେ ନୁହଁନ୍ତି  । ଦୁଇ ଜଣ  । ପୁଣି ଉଭୟେ ମହିଳା  ।  ଅଭିଯୋଗ ହେଉଛି ବାବୁ ଜଣଙ୍କ ଜଣେ ପରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ  । ପତ୍ନୀର ସ୍ୱୀକୃତି ଦେଇ ଘରେ ରଖୁଥିଲେ  । କିନ୍ତୁ ଯେବେ ଟଙ୍କା ସରୁଥିଲା ଆଲୋକ ଅନ୍ଧାର ଭିତରେ ଲୁଚି ଯାଉଥିଲେ  ।

ପୂର୍ବରୁ ଦୁଇ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିବାବେଳେ ଏବେ ଆଉ ଜଣଙ୍କ ସହ ରହୁଥିଲେ ଅଲୋକ ଜେନା  । ଭଉଣୀ ଘରେ ଜମହିଳାଙ୍କ ସହ ରହୁଥିବା ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନ୍ୟ ଦୁଇ ମହିଳା । ୧୪ ବର୍ଷ ତଳେ ଜଣେ ମହିଳାଙ୍କୁ ବିବାହ କରିଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ନେଇ ୫ ବର୍ଷ ହେବ ସାଲିଆ ସାହିରେ ରହୁଥିଲେ  । ସେପଟେ ଏବେ ଉଭୟଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ନେଇ ରହୁଥିଲେ ଭଉଣୀ ଘରେ  । ସେପଟେ ପୋଲିସ ଅଭିଯୋଗକୁ ନେଇ ତଦନ୍ତ ଚଳାଇଥିବାବେଳେ ପ୍ରେମିକ ପ୍ରବର ଆଲୋକ ଜେନାକୁ ଅଟକ ରଖିଛି  ।

Leave a Reply