ଝିଅ ଜନ୍ମ ହେବାରୁ ଲୋକଙ୍କୁ ମାଗଣାରେ ଗୁପଚୁପ୍ ଖୁଆଇଲେ ଅଞ୍ଚଲ ଗୁପ୍ତା

ମଧ୍ୟପ୍ରଦେଶ: ଆମ ସମାଜରେ, ପୁଅ ଏବଂ ଝିଅ ମଧ୍ୟରେ ଭେଦଭାବ କରୁଥିବା ଅନେକ ଘଟଣା ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ । ଏମିତିକି କିଛି ଲୋକ ଅଛନ୍ତି ଯେଉଁମାନେ ଘରେ କେବଳ ପୁଅର ଜନ୍ମ ହିଁ ଚାହାଁନ୍ତି । କିନ୍ତୁ ମଧ୍ୟପ୍ରଦେଶର ଭୋପାଳରେ ଗୁପଚୁପ ବିକାଳିଙ୍କ ଘରେ ଝିଅ ଜନ୍ମ ହେବାପରେ ଭିନ୍ନ ଢଙ୍ଗରେ  ଖୁସି ପାଳନ କରାଯାଇଛି । ଗୁପଚୁପ ବିକାଳି ଅଞ୍ଚଳ ଗୁପ୍ତା ସମସ୍ତଙ୍କୁ ମାଗଣାରେ ଗୁପଚୁପ ଖାଇବାକୁ ଦେଇଛନ୍ତି । ଏଥିପାଇଁ ସେ ପ୍ରଥମେ ୫୦ ହଜାର ଗୁପ୍‌ଚୁପ୍‌ ପ୍ରସ୍ତୁତ କରିଥିଲେ । ଏଥିପାଇଁ ୧୦ଟି ଷ୍ଟଲ୍ ଲଗାଇଥିଲେ। ଲୋକମାନେ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାଡିରେ ଗୁପ୍‌ଚୁପ୍ର ମଜା ନେଇଥିଲେ । ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି।

ମହିଳା, ଶିଶୁ ଏବଂ ବୟସ୍କମାନେ ଗୁପଚୁପ ଖାଇବା ପରେ ଅଞ୍ଚଲ ଗୁପ୍ତାଙ୍କୁ ତାଙ୍କ ଝିଅର ଆଗମନ ଆନନ୍ଦରେ ଅଭିନନ୍ଦନ ଜଣାଇଛନ୍ତି। ଆଞ୍ଚଳିକ ବିଧାୟକ ରମେଶ୍ୱର ଶର୍ମା ମଧ୍ୟ ଅଞ୍ଚଲ ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଝିଅର ଆଗମନକୁ ପାଳନ କରିବାର ଏହି ଭିନ୍ନ ଉପାୟ ତାଙ୍କୁ ପସନ୍ଦ ଆସିଛି । ବେଟି ବଚାଓ ଏବଂ ବେଟି ପଢ଼ାଓ ଅଭିଯାନକୁ ପ୍ରୋତ୍ସାହିତ କରିବାର ଏହା ଏକ ଜୀବନ୍ତ ଉଦାହରଣ ।

ଅଞ୍ଚଲ ଗୁପ୍ତା ଗତ ୧୪ବର୍ଷ ଧରି କୋଲାରର ବଞ୍ଜାରୀ ମୁଖ୍ୟ ରାସ୍ତାରେ ଗୁପଚୁପର ଏକ ଷ୍ଟଲ୍ ଲଗାଇଛନ୍ତି। ସେ ଜଣେ ଗୁପ୍‌ଚୁପ୍‌ ବିକ୍ରେତା । ସେ କହିଛନ୍ତି ଯେ ଆଜି ବି ସମାଜର ଅନେକ ଲୋକ ମାଆ ଗର୍ଭରେ ଝିଅମାନଙ୍କୁ ହତ୍ୟା କରିଦେଉଛନ୍ତି। ଏହିପରି ଘଟଣା ପ୍ରତିଦିନ ଖବରକାଗଜରେ ପଢ଼ିଥାଉ। ଏଥିରୁ ଏହା ଜଣାପଡୁଛି ଯେ ଆମେ କେଉଁ ସମାଜରେ ବାସ କରୁଛୁ ଯେ ଜନ୍ମ ପୂର୍ବରୁ ଝିଅମାନଙ୍କୁ ହତ୍ୟା କରାଯାଏ । ଏହି କାରଣରୁ, ମୁଁ ସ୍ଥିର କରିଥିଲି ଯେ ଯଦି ଘରେ ଝିଅ ଜନ୍ମ ନେବ, ତେବେ ମୁଁ ଲୋକଙ୍କୁ ମାଗଣାରେ ଖାଇବାକୁ ଦେବି ।

Leave a Reply