ସାମାନ୍ୟ ବଚସାରୁ ହଣାକଟା ! ୩ ଶାଳକଙ୍କୁ ହାଣିଲା ଭିଣୋଇ

ନନ୍ଦିଘୋଷ ବ୍ୟୁରୋ: ବଚସାରୁ ଦୁଇ ଶାଳକଙ୍କୁ ହାଣିଲା ଭିଣୋଇ। ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ କୁପାଗୁଡ଼ା ଖେମୁଡୁ ଗ୍ରାମର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଭଉଣୀ ଘରକୁ ଏକଦଶାହ କାର୍ଯ୍ୟରେ ଯୋଗଦେବାପାଇଁ ଦେବାପାଇଁ ଆନ୍ଧ୍ରପ୍ରଦେଶର ସିଲେରୁକୁ ଯାଇଥିଲେ। ସେଠାରେ କୌଣସି ଏକ କଥାକୁ ନେଇ ୩ ଶାଳକ ଓ ଭିଣୋଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଏହି ବଚସାକୁ ନେଇ ଭିଣୋଇ ଘେନୁ ହନ୍ଧାଳ ଉତ୍ୟକ୍ତ ହୋଇ ରାତିରେ ଶୋଇଥିବା ସମୟରେ ତିନି ଶାଳକଙ୍କ ଉପରେ ଉପରେ ଆକ୍ରମଣ କରିଥିଲା।

ଫଳରେ ଦୁଇ ଶାଳକ କ୍ରିଷ୍ଣା ଖେମୁଡୁ ଓ କୁଞ୍ଜ ଖେମୁଡ଼ୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାଜୁ ଖେମୁଡୁ ଗୁରୁତର ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଘଟଣାକୁ ନେଇ କୁପାଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।