ହୃଦୟ ଥରାଇଦେଲା ଭଳି ଘଟଣା, ୪ ପିଲାଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ବାପାର ଆତ୍ମହତ୍ୟା
1 min read
Passenger train in the Countryside near Pune India.
ଫରିଦାବାଦ: ହରିୟାଣାରେ ଘଟିଛି ହୃଦୟ ଥରାଇ ଦେଲାଭଳି ଘଟଣା । ୪ ପିଲାଙ୍କୁ ନେଇ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛି ବାପା । ୧୦ ଜୁନରେ ହରିୟାଣାର ଫରିଦାବାଦର ବଲ୍ଲଭଗଡ଼ ରେଲ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ବିହାରର ଲଖିସରାଇ ବାସିନ୍ଦା ହେଉଛନ୍ତି ୪୦ ବର୍ଷିୟ ମନୋଜ ମାହୋତା । ସେ ତାଙ୍କର ୪ ପିଲାଙ୍କୁ ଧରି ଟ୍ରନ୍ ଆଗକୁ ଡେଇଁ ପଡ଼ିଛନ୍ତି । ଏପରି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ଜଣେ ବାପା ତାର ନିଷ୍ଠୁର ପିଲାଙ୍କୁ କିପରି ଟ୍ରେନ୍ ଆଗରେ ନେଇ ଠିଆ କରିପାରେ ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ରେଳ ଟ୍ରାକରେ ବିଛାଡ଼ି ହୋଇପଡ଼ିଥିଲା ୫ ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ପିଲାମାନେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବାପା ତାଙ୍କୁ ଟ୍ରେନ୍ ଆସିବା ପର୍ଯ୍ୟନ୍ତ ଜାବୁଡ଼ି ଧରିଥିଲେ । ଏ ଦୃଶ୍ୟ ଏପରି ଥିଲା ଯେ ସମସ୍ତଙ୍କ ଆତ୍ମା ଥରି ଉଠିଥିଲା ।
ମଙ୍ଗଳବାର ଅପରାହ୍ନରେ ମନୋଜ ତାଙ୍କର ଚାରି ପିଲାଙ୍କୁ ପାର୍କ ନେବା ବାହାନାରେ ଘରୁ ବାହାରି ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେ କାନ୍ଧରେ ଦୁଇଟି ପିଲା ଏବଂ ହାତରେ ଦୁଇ ଜଣଙ୍କୁ ଧରି ରେଳ ଟ୍ରାକରେ ପହଞ୍ଚିଥିଲେ । ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ବର୍ଣ୍ଣ ମନ୍ଦିର ଟ୍ରେନ୍ ଟ୍ରାକ୍ ନିକଟରେ ପହଞ୍ଚିବା ମାତ୍ରେ ପିଲାମାନଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ । କିଛି ଲୋକେ କହିଥିଲେ ପିଲାମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ତାଙ୍କୁ ଜୋରରେ ଧରିଥିଲେ ।
ଟ୍ରେନ୍ ଧକ୍କା ଦେବା ପରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ଶରୀରର ଅଂଶ ଟ୍ରାକରେ ବିଛାଡ଼ି ହୋଇ ପଡ଼ିଥିଲା । ଟ୍ରେନର ଲୋକ ପାଇଲଟ ଏ ନେଇ GRP କୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଟ୍ରାକରୁ କାଢ଼ି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମନୋଜଙ୍କ ପକେଟରେ ଏକ କାଗଜରେ ସ୍ତ୍ରୀଙ୍କ ମୋବାଇଲ ନମ୍ବର ଏବଂ ପିଲାମାନଙ୍କ ନାମ, ବୟସ ଲେଖା ଥିଲା ।