5T ଅଧ୍ଯକ୍ଷଙ୍କ ସାନଖେମୁଣ୍ଡି ଗସ୍ତ ପୂର୍ବରୁ ଧରାକୋଟ ସଭାସ୍ଥଳ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

1 min read

ବ୍ରହ୍ମପୁର: ଆସନ୍ତା ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ କରିବେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନମଣ୍ଡଳୀର ଧରାକୋଟ ବଡ଼ଦାଣ୍ଡରେ ଏକ ସାଧାରଣ ସଭାରେ ଯୋଗ ଦେବେ 5T ଅଧ୍ଯକ୍ଷ l 5T ଅଧ୍ଯକ୍ଷଙ୍କ ଗସ୍ତ ପୂର୍ଵରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ଯବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଧରାକୋଟ ସଭା ସ୍ଥଳ ପରିଦର୍ଶନ କରିଛନ୍ତି । ସେଠାରେ ପ୍ରସ୍ତୁତି କାର୍ଯ୍ଯ ତଦାରଖ କରିବା ସହ ଆଲୋଚନା କରିଛନ୍ତି । ଏହାପରେ ସେ ସୋରଡ଼ା ଅଭିମୁଖେ ବାହାରିଯାଇଥିଲେ । ସାଂସଦଙ୍କ ପରିଦର୍ଶନ ବେଳେ ବିଜେଡି ମୁଖପାତ୍ର ଅମିତ ମଲିକ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଓ ଧରାକୋଟ ବ୍ଲକ ଅଧ୍ଯକ୍ଷ୍ୟ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରମୁଖ ଉପସ୍ଥିତ ଥିଲେ l

ସେହିପରି ସୋରଡ଼ା ମଧ୍ଯ ଗସ୍ତ କରିଛନ୍ତି ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ। ସ୍ଥିତି ସମୀକ୍ଷା ସହ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସହ ରାଜ୍ୟ  ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଧାୟକ ଓ ଦଳୀୟ କର୍ମୀଙ୍କ ଗହଣରେ କେକ୍ କାଟି ନିଜ ଜନ୍ମଦିନ ପାଳନ କରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ l ସାଂସଦଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଥିଲା l