ଏଲପିଜି ସିଲିଣ୍ଡର ଦର ହ୍ରାସ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିବି: ମେନକା ଗାନ୍ଧୀ

1 min read

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁଲତାନପୁରର ଭାରତୀୟ ଜନତା ପାର୍ଟିର ସାଂସଦ ମେନକା ଗାନ୍ଧୀ ଚାରି ଦିନ ପାଇଁ ତାଙ୍କ ସଂସଦୀୟ କ୍ଷେତ୍ର ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ପେଟ୍ରୋଲ-ଡିଜେଲ ଉପରେ ଏକ୍ସସାଇଜ ଟ୍ୟାକ୍ସ କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି । ଏଥିସହ ଏଲପିଜି ସିଲିଣ୍ଡରର ଦର୍ କମ୍ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ମେନକା ଗାନ୍ଧୀ ।

ମେନକା ଗାନ୍ଧୀ କହିଛନ୍ତି କି କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସସାଇଜ ଟ୍ୟାକ୍ସ କମାଇବା ପରେ ପେଟ୍ରୋଲ-ଡିଜେଲ ଦର କମିଛି । କିନ୍ତୁ ଏବେ ମୋଦି ସରକାର ଏଲପିଜି ସିଲିଣ୍ଡରର ଦର କମ କରିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ମେନକା । ମେନକା ଗାନ୍ଧୀ ତାଙ୍କ ସଂସଦୀୟ କ୍ଷେତ୍ର ସୁଲତାନପୁରରେ ଏକ କାର୍ଯ୍ୟକ୍ରମରେ ସେ ଏହି କଥା କହିଥିଲେ । ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ହ୍ୟୁଟି ହ୍ରାସ କରାଯାଇଛି । ଏହାପରେ ବିଜେପି ଶାସିତ ରାଜ୍ୟମାନରେ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି । ଯାହାଫଳରେ ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କୁ ଉପକୃତ କରଛି । ଏହି ସମୟରେ ମେନକା ଗାନ୍ଧୀ ମଧ୍ୟ ଭାରତୀୟ ଜନତା ପାର୍ଟିର ଦେହଲି ବଜାର ଟାଉନସିପର ସଦସ୍ୟତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ମେନକା ଗାନ୍ଧୀ କହିଛନ୍ତି ଯେ ଆମେ ଇସୁଲି ବିଧାନସଭା ଜିତିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବୁ । ମୁଁ ଯେଉଁଆଡେ ଯାଉଛି ସେଠାରେ ସଦସ୍ୟତା ସୃଷ୍ଟି କରୁଛି । ୧୦୦ ଦିନରେ ୧୦୦ଟି ପୋଗ୍ରାମ କରିବୁ । କିନ୍ତୁ ଜିତିବାକୁ ହେଲେ ଆମକୁ ଏକ ବ୍ଲୁ ପ୍ରିଣ୍ଟ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ମେନକା ଗାନ୍ଧୀ । ସେ ଆହୁରି କହିଛନ୍ତି କି ଆମକୁ ନିର୍ବାଚନ ଜିତିବାକୁ ପଡ଼ିବ ।  ଆମ ପାଖରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଅଛନ୍ତି । କିନ୍ତୁ ଜିଲ୍ଲା ପରିଷଦ ଭୋଟରେ ଗୋଟିଏ ବି ସିଟ୍ ଆମେ ଜିତି ପାରିନଥିଲୁ । ଯଦି କେବଳ ଆମ ବିଜେପି ଲୋକ ଭୋଟ ଦେଇଥାନ୍ତେ ତେବେ ଆମେ ବିଜୟ ଲାଭ କରିଥାନ୍ତୁ  ବୋଲି କହିଛନ୍ତି ମେନକା ଗାନ୍ଧୀ ।

 

Leave a Reply