ଭାରତୀୟଙ୍କୁ ପାଗଳ କରିଛି ସିଂହଳୀ ସଙ୍ଗୀତ ‘ମାଣିକେ ମାଗେ ହିଥେ’

1 min read
Manike Mage Hithe Viral Song Sri Lanka Yohani

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଜମାନାରେ ସଙ୍ଗୀତ ପାଇଁ ନାହିଁ ଭୌଗଳିକ ସୀମାରେଖା । ଭାଷା ଯାହା ବି ହେଉନା କାହିଁକି ? ଦିନକୁ ଦିନ ବିଦେଶୀ ଭାଷାରେ ଆସୁଥିବା ନୂଆ ସଙ୍ଗୀତ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି କୋଟି କୋଟି ଭାରତୀୟ । ସେ ସଙ୍ଗୀତ ଭିତରୁ ‘ମାଣିକେ ମାଗେ ହିଥେ’ ଏବେ ଭାରତୀୟଙ୍କ ହୃଦୟରେ ରାଜ୍ କରୁଛି ।

ଶ୍ରୀଲଙ୍କାର ଏହି ସଙ୍ଗୀତ ‘ମାଣିକେ ମାଗେ ହିଥେ’ ଏବେ ସୋସିଆଲ୍ ମିଡିଆରେ ଯୁବପିଢ଼ିଙ୍କୁ ବାୟା କରିଛି । ଏମିତିକି ବଲିଉଡ୍ ସେଲିବ୍ରିଟି ବିଗ୍ ବି ଅମିତାଭ ବଚ୍ଚନ ଓ ମାଧୁରୀ ଦିକ୍ଷୀତ ମଧ୍ୟ ବିଳମ୍ବିତ ରାତି ଯାଏଁ ଏହି ଗୀତ ପ୍ରେମରେ ପଡ଼ିଛନ୍ତି ।

ସିଂହଳୀ ଭାଷାରେ ପ୍ରସ୍ତୁତ ଏହି ଗୀତ ଇନଷ୍ଟାଗ୍ରାମ ରିଲ୍ସରେ ବି ସମସ୍ତଙ୍କୁ ଆକର୍ଷିତ କରିଛି । ଗୀତର ଚାହିଦା ବଢ଼ିବା ଦେଖି ଏକାଧିକ ଭାଷାରେ ଏହାର ରିମିକ୍ସ ହେଲାଣି । ଭାଇରାଲ୍ ହେଉଥିବା ଏହି ଗୀତଟିକୁ ଗାଇଛନ୍ତି ଶ୍ରୀଲଙ୍କାର ଗାୟିକା ତଥା ରାପର ୟୋହାନି । ଏହି ଗୀତଟି ମେ ମାସରେ ରିଲିଜ୍ ହୋଇଥିଲା । ଯାହାକୁ ୟୁଟ୍ୟୁବରେ ଏଯାବତ୍ ୧୦୦ ମିଲିୟନରୁ ଅଧିକ ଭ୍ୟୁ ହୋଇ ସାରିଲାଣି ।

‘ମାଣିକେ ମାଗେ ହିଥେ’ର ଲୋକପ୍ରିୟତା ପରେ ଏହାର ହିନ୍ଦୀ ଭର୍ସନ ମଧ୍ୟ ଆସିଛି । ତେବେ କିଏ ଏହି ୟୋହାନି ଡି ସିଲଭା ଆସନ୍ତୁ ଜାଣିବା… ଶ୍ରୀଲଙ୍କାର କଲୋମ୍ବରେ ରୁହନ୍ତି ୨୮ ବର୍ଷୀୟା ଡି ସିଲଭା । ୟୋହାନି ଜଣେ ଗାୟିକା ସହ ଗୀତ ଲେଖିକା, ରାପର ଓ ସଙ୍ଗୀତ ନିର୍ଦ୍ଦେଶକ । ସେ ୟୁଟ୍ୟୁବର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

Leave a Reply