spot_img

Latest Posts

ମଣିପୁରରେ ଅସ୍ତ୍ରଶସ୍ତ୍ର ଜମା କରିବାର ଆଜି ସରୁଛି ଡେଡଲାଇନ

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ଅସ୍ତ୍ରଶସ୍ତ୍ର ଜମା କରିବାର ଆଜି ସରୁଛି ଡେଡଲାଇନ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ଅସ୍ତ୍ରଶସ୍ତ୍ର ଜମା ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ଅଜୟ ଭାଲ୍ଲା। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ବେଆଇନ ଅସ୍ତ୍ରଶସ୍ତ୍ର ଜମା ଦେବା ଉପରେ ଗୁରୁତ୍ବ ଦେଇଥିଲେ ରାଜ୍ୟପାଳ। ଏହା ଯୋଗୁ ଉଭୟ ଉପତ୍ୟକା ଓ ପାର୍ବତ୍ଯାଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଗତ ୨୦୨୩ ମେ ମାସରୁ ଉତ୍ତେଜନା ପରଠାରୁ ୬ ହଜାରରୁ ଅଧିକ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ୮ ତାରିଖ ସୁଦ୍ଧା ରାଜ୍ୟରେ ଅବାଧ  ଚଳାଚଳ  ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ବସିଥିଲା କେନ୍ଦ୍ର ଗୃହମନ୍ତ୍ରାଳୟର ବୈଠକ। ରାଜ୍ୟର ସମସ୍ତ ରାସ୍ତାରେ ଯେପରି ଲୋକେ ମୁକ୍ତ ଭାବେ ଚଳାଚଳ କରିପାରିବେ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ। ଯେଉଁମାନେ ରାସ୍ତା ଅବରୋଧ କରିବେ କିମ୍ବା ସାଧାରଣ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଆଯାଇଥିଲା ନିର୍ଦ୍ଦେଶ।  ଏହା ସହ ମଣିପୁରର ଅନ୍ତର୍ଜାତୀୟ ସୀମାରେ ଥିବା ପ୍ରବେଶ ସ୍ଥଳଗୁଡିକରେ ତାରବାଡ ଯଥାଶୀଘ୍ର ସାରିବା ଲାଗି ପଦକ୍ଷେପ ନିଆଯାଇଛି।

Latest Posts

Don't Miss