ଜାନୁଆରୀରେ ବିବାହ କରୁଛନ୍ତି କି, ପାଳନ କରିବେ ଏହି ଗାଇଡଲାଇନ୍..

1 min read

ନନ୍ଦିଘୋଷ ବ୍ୟୁରୋ: ବର୍ଷ ଆରମ୍ଭରୁ ଆରମ୍ଭ ହୋଇଥାନ୍ତା ବାହାଘର  । କେବଳ ତିଥିକୁ ଥିଲା ଅପେକ୍ଷା । ଧୁମଧାମରେ ପଡିଥାନ୍ତା ହାତଗଣ୍ଠି । କନିଆଁ ଘରକୁ ଛୁଟିଥାନ୍ତା ବରଙ୍କ ରୋସଣୀ  । ଗୋଟେପଟେ ନିମନ୍ତ୍ରଣ ପତ୍ର ଛଫା ସରିଛି, କେତେକାଂଶରେ ବଣ୍ଟା ବି ସରିଛି  । କିନ୍ତୁ ସବୁ କିଛି ବିଗିଡାଇ ଦେଲା ଭୂତାଣୁ  । ଓଡ଼ିଶାରେ ମାଡି ଗଲାଣି ଓମିକ୍ରନ  । ଏପରି ସ୍ଥିତିରେ ବିବାହ ହେବାକୁ ଯାଉଥିବା ବର-ବଧୂଙ୍କ ଉପରେ ଦାଉ ସାଧିଲେ ଗାଇଡଲାଇନ  । ଏନେଇ ସରକାର କରିଛନ୍ତି  ବଡ ଘୋଷଣା  ।

ପୂର୍ବରୁ ବିବାହ-ବ୍ରତ ଘର ଆଦି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ସଂଖ୍ୟା ୨୫୦ ଧାର୍ଯ୍ୟ କରିଥିଲେ  ।  ଆଜି ଏସଆରସି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି  ।  ଅର୍ଥାତ ଏବେ କେବଳ ୧୦୦ ଲୋକରେ ବିବାହ ଘର ହେବ  । ଏହା ସହିତ ବରଯାତ୍ରୀ ସଂଖ୍ୟା କମାଇ ସର୍ବାଧିକ ୩୦ ରଖାଯାଇଛି  । ଏହି ୩୦ ଜଣଙ୍କ ମଧ୍ୟରେ ରହିଛନ୍ତି ବରଯାତ୍ରୀ, ବାଜା, ଲାଇଟ, ଶଙ୍ଖୁଆ, ବାରିକ ଆଦି ସମସ୍ତେ  । ସେପଟେ ଯଦି ବାହାଘର କୈଣସି ଆହଦ୍ଧ ଗୃହ ମଧ୍ୟରେ ହେଉଛି ତେବେ ଏହି ୧୦୦ ଲୋକର ୫୦ ପ୍ରତିଶତ ଲୋକେ ସାମିଲ ରହିବେ  । ଅଧିକ ରହିଲେ ଅର୍ଥାତ କଟକଣା ଉଲ୍ଲଂଘନ କଲେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବେ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  ।

ସେପଟେ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଲୋକ ସାମିଲ ରହିବେ  । ସିମୀତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ସାରିବାକୁ କୁହାଯାଇଛି  । ବିବାହ ଘର ପୂର୍ବରୁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି  । ଯେମିତିକି ହଲଦୀ, ମେହନ୍ଦୀ ଆଦି କାର୍ଯ୍ୟକ୍ରମ ହେଉଥିବାବେଳେ ଏବେ ଏ ସମସ୍ତ କାର୍ଯ୍ୟକ୍ରମ ପୁରାପୁରି ବନ୍ଦ କରିଛନ୍ତି ସରକାର  । ତେବେ ସରକାରଙ୍କ ଏହି ଗାଇଡଲାଇନ ବିବାହ ହେବାକୁ ଯାଉଥିବା ନବବିବାହିତଙ୍କୁ ନିରାଶ କରିଛି  । ଅନ୍ୟପଟେ ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ  । ଦୀର୍ଧ ଦିନ ପରେ ଛାତ୍ରଛାତ୍ରୀ ପାଠ ପଢା ଆରମ୍ଭ କରିଥିବାବେଳେ ଏବେ ପୁଣି ଥରେ ପାଠ ଉପରେ ପଡିଛି ଚଡକ  ।

Leave a Reply