ସହିଦଙ୍କ ପତ୍ନୀ ହରିୟାଣା ପୋଲିସଙ୍କୁ ଦାନ କଲେ ୧୦୦୦ଟି କରୋନା ସୁରକ୍ଷାତ୍ମକ କିଟ୍

1 min read

ହରିୟାଣା: ଭାରତୀୟ ସେନାର ଜଣେ ସହିଦଙ୍କ ପତ୍ନୀ ହରିୟାଣା ପୋଲିସକୁ ୧୦୦୦ ଟି କରୋନା ସୁରକ୍ଷାତ୍ମକ କିଟ୍ ଦାନ କରିଛନ୍ତି । ପୂର୍ବ ବର୍ଷ ଫେବୃଆରୀରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଜୈଶ-ଏ-ମୋହମ୍ମଦର ଆତଙ୍କବାଦୀଙ୍କ ସହିତ ଏକ ଏନକାଣ୍ଟରରେ ସହିଦ ହୋଇଥିବା ମେଜର ବିଭୂତି ଶଙ୍କର ଧୋଣ୍ଡିଆଲ୍ ଙ୍କ ପତ୍ନୀ ହେଉଛନ୍ତି ୨୮ ବର୍ଷିୟା ନିକିତା କୌଲ୍ । କରୋନା ଭାଇରସ ବିରୋଧରେ ମୁକବିଲା ପାଇଁ ହରିୟାଣା  ପୋଲିସକୁ ମାସ୍କ, ଗ୍ଲୋଭସ୍, ଚଷମା ଆଦି ଦାନ କରିଛନ୍ତି । ନିକିତା କୌଲଙ୍କ ଏହି ଦାନରେ ପ୍ରଭାବିତ ହୋଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଖଟ୍ଟର ଟ୍ୱିଟ କରି ଲେଖିଛନ୍ତି ଯେ, ମେଜର ବିଭୂତି ଶଙ୍କର ଧୋଣ୍ଡିଆଲଙ୍କ ପତ୍ନୀ ହରିୟାଣା ପୋଲିସର ଜବାନ ମାନଙ୍କୁ ୧୦୦୦ ସୁରକ୍ଷା କିଟ୍ ଦାନ କରିଛନ୍ତି । ଏଥିପାଇଁ  ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply