ବିଲରୁ ରାଜମିସ୍ତ୍ରିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

1 min read

ସୋର: ରାଜମିସ୍ତ୍ରିଙ୍କୁ ହତ୍ୟା ସନ୍ଦେହ l ବିଲରେ ପଡିଛି ରକ୍ତାକ୍ତ ମୃତଦେହ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଖଜିଡିହା ଗାଁରେ । ବିହାରର ରାଜମିସ୍ତ୍ରି ଧୀରେଶ ଜେନା ଖଜିଡିହା ଗାଁରେ ରହି ଆସୁଥିଲେ l ସେହି ଗାଁରେ ରଶ୍ମିତା ଦାସଙ୍କୁ ଭଲ ପାଇ ବିବାହ କରିଥିଲେ l ଗତକାଲି ସନ୍ଧ୍ୟାରେ ଧୀରେଶ ମଦ ପିଇ ଝଗଡ଼ା କରିବାରୁ ତାଙ୍କ ଶ୍ବଶୁର ତାଙ୍କୁ ମାଡ଼ ଦେଇଥିଲେ l ଧୀରେଶ ମାଡ଼ ଖାଇ ଘରୁ ଚାଲି ଯାଇଥିବା ଶ୍ବଶୁର କହିଛନ୍ତି l ସକାଳେ ଘର ନିକଟସ୍ଥ ବିଲରେ ଧୀରେଶଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ l

ସ୍ତ୍ରୀ ସସ୍ମିତା ଏକ ନୂଆ ଖୁଲାସା କରି କହିଛନ୍ତି, ମଧୁଗାଁର ବିଜୁ ବାରିକଙ୍କୁ ଦୁଇ ମାସ ତଳେ ଚାକିରି ପାଇଁ ଟଙ୍କା ଦେବାନେବାକୁ ନେଇ ତାଙ୍କ ସ୍ବାମୀ ଧୀରେଶ ବିଜୁଙ୍କୁ ହତ୍ୟା କରିଥିଲେ । ଯାହା ଲୁକ୍କାୟିତ ହୋଇ ରହିଯାଇଛି l ଧୀରେଶଙ୍କ ମୃତ୍ୟୁ ସହିତ ଏହାର ସଂଯୋଗ ଥାଇପାରେ ।  ଅନ୍ୟପକ୍ଷରେ ଧୀରେଶଙ୍କର ଶ୍ବଶୁର ଜ୍ବାଇଁକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ କରୁଛି ପୋଲିସ ।