‘ମୁଁ ବି ଅରଶଦ’, ସାଥିଙ୍କୁ ମନେ ପକାଇଲେ ପୋଲିସ କର୍ମୀ, ଲୁହ ଭିଜା ଆଖିରେ ଯବାନଙ୍କୁ ବିଦାୟ ଦେଲେ ହଜାର ହଜାର ଲୋକ

1 min read

ଶ୍ରୀନଗର: ରବିବାର ଦିନ ଶ୍ରୀନଗରର ଖାନୟାର ଅଞ୍ଚଳରେ ଜଣେ ଆତଙ୍କବାଦୀର ଗୁଳି ଚଳାଇବା ପରେ ଶହୀଦ ହୋଇଥିବା ୨୫ ବର୍ଷୀୟ ପୋଲିସ ଅଧିକାରୀଙ୍କ ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଛି । ଏହି ଘଟଣା ପରଠାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି । କୁପୱାରା ଜିଲ୍ଲାର ବାସିନ୍ଦା ପ୍ରୋବେସନାରୀ ସବ୍-ଇନ୍ସପେକ୍ଟର ଅର୍ଶଦ ଅହମ୍ମଦ ଜଣେ ଅଭିଯୁକ୍ତଙ୍କୁ ଡାକ୍ତରଖାନାକୁ ଡାକ୍ତରୀ ପରୀକ୍ଷା ପାଇଁ ନେଇଥିଲେ, ଯେଉଁଠାରୁ ଫେରିବା ବାଟରେ ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା ।

ଜାମ୍ମୁ କାଶ୍ମୀର ପୋଲିସ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଶହୀଦ ଅଧିକାରୀ ଅର୍ଶଦ ଅହମ୍ମଦଙ୍କ ଅନ୍ତିମ ସଂସ୍କାରର ଭିଡିଓ ଟ୍ୱିଟ୍ କରିଛି। ଭିଡିଓରେ ଶହିଦଙ୍କ ମୃତ ଶରୀର ଚାରିପାଖରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ପୋଲିସ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଘାଟିର ବରିଷ୍ଠ ପୋଲିସ ଅଧିକାରୀମାନେ ଅର୍ଶଦ ଅହମ୍ମଦଙ୍କ ଫଟୋକୁ ନିଜ ଟ୍ୱିଟର ଡିପିରେ ରଖିଛନ୍ତି । ଫଟୋ ସହିତ ସମସ୍ତ ପୋଲିସ ଅଧିକାରୀ #WeAreAllArshid ହ୍ୟାସଟ୍ୟାଗ୍ ମଧ୍ୟ ଲେଖିଛନ୍ତି ।

ଘଟଣାର ସିସିଟିଭି ଫୁଟେଜରେ ଆତଙ୍କବାଦୀ ଜଣଙ୍କ ପୋଲିସ ଅଫିସରଙ୍କୁ ଅତି ନିକଟରୁ ଦୁଇଟି ଗୁଳି ଚଳାଇ ପଳାଇଥିବାର ନଜର ଆସିଛି । ସବ୍-ଇନ୍ସପେକ୍ଟରଙ୍କୁ ସୌରାର SKIMS ଡାକ୍ତରଖାନାକୁ ନିଆଯାଇଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସିଂ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଶୀଘ୍ର ଦଣ୍ଡିତ କରାଯିବ। ଯୁବ ଅଧିକାରୀଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ ବୋଲି ପୋଲିସ ମୁଖ୍ୟ କହିଛନ୍ତି। ଡିଜିପି କହିଛନ୍ତି ଯେ, ‘ସେବା ଆରମ୍ଭରେ ଆମେ ଜଣେ ଯୁବ ସାହସୀ ଅଧିକାରୀଙ୍କୁ ହରାଇଛୁ । ସେ ଏବେ ପୋଲିସିଂ ଶିଖୁଥିଲେ । ତାଙ୍କୁ ଜଣେ ଅଭିଯୁକ୍ତଙ୍କୁ ଡାକ୍ତରଖାନା ନେବା ଦାୟିତ୍ୱ ଦିଆଯାଇଥିଲା ଏବଂ ଫେରିବା ବାଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। “ଏହା ମାନବିକତା ଏବଂ ଶାନ୍ତିର ଶତ୍ରୁମାନଙ୍କର କାର୍ଯ୍ୟ। ତାଙ୍କର ସର୍ବୋଚ୍ଚ ବଳିଦାନ ବୃଥା ହେବ ନାହିଁ, ଆତଙ୍କବାଦୀମାନେ ଦଣ୍ଡ ପାଇବେ । ଶହୀଦଙ୍କ ପରିବାରକୁ ଆମର ସମବେଦନା ।’ ଜାତୀୟ ସମ୍ମିଳନୀ ସଭାପତି ତଥା ସାଂସଦ ଫାରୁକ୍ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଓମାର ଅବଦୁଲ୍ଲା ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ପିଡିପି ସଭାପତି ମେହବୁବା ମୁଫତିଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।

Leave a Reply